Latest Odisha News

BREAKING NEWS

ପ୍ରେମ ବିଗାଡୁଛି ଋଷଭ ପନ୍ଥଙ୍କ ପ୍ରଦର୍ଶନ !

ମୁମ୍ବାଇ: ଏବେ ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ଋଷଭ ପନ୍ଥ ସବୁଠାରେ ଚର୍ଚ୍ଚାର କାରଣ ସାଜିଛନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ଦୃଷ୍ଟିକଟୁ ସାଜିଥିବା ପନ୍ଥ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବାରେ ସେତେଟା ସଫଳ ହୋଇ ନାହାନ୍ତି ।

ଜାତୀୟ ଦଳରେ ନିଜ ସ୍ଥାନ ସୁରକ୍ଷିତ କରି ପାରୁ ନ ଥିବା ପନ୍ତ କିନ୍ତୁ ଏବେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ ପୂର୍ବରୁ ସେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କ ସହ ଡେଟିଂ କରୁଥିବା ତଥ୍ୟ ସାମ୍ନାକୁ ଆସିଥିଲା । ତୃତୀୟ ଟି୨୦ ଭାରତ ବିଜୟ ହାସଲ କରିଥିଲେ ମଧ୍ୟ ପନ୍ଥଙ୍କ ପ୍ରଦର୍ଶନ ଖରାପ ରହିଥିଲା । ଅଧିନାୟକ ବିରାଟ କୋହଲି ତାଙ୍କୁ ଟପ ଅର୍ଡରରେ ପଠାଇଥିଲେ ମଧ୍ୟ ସେ ଫେଲ୍ ମାରିଥିଲେ ।

ପୂର୍ବରୁ ଉର୍ବଶୀ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆଲୋଚନା ଜୋର ଧରିଥିଲେ ମଧ୍ୟ ଏହାର ସତ୍ୟତା ନ ଥିବା ପ୍ରମାଣିତ ହୋଇଥିଲା । ହେଟ ଷ୍ଟୋରୀ-୪ର ଅଭିନେତ୍ରୀ ଉର୍ବଶୀ ମଧ୍ୟ ପନ୍ଥଙ୍କ ସହ ସମ୍ପର୍କକୁ ନେଇ ପାଟି ଖୋଲି ନାହାନ୍ତି ।

Leave A Reply

Your email address will not be published.