Latest Odisha News

BREAKING NEWS

୨୦୨୧ ଆଇପିଏଲ ନିଲାମରେ ସାମିଲ ହେବେ ୧୦୯୭ ଖେଳାଳି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୧ ସଂସ୍କରଣ ପାଇଁ ହେବାକୁ ଥିବା ମିନି ଅକ୍ସନରେ ୧୦୯୭ ଖେଳାଳି ନାମ ସାମିଲ ହେବ । ଏଥିରେ ୨୮୩ ବିଦେଶୀ ଖେଳାଳି ରହିଛନ୍ତି । ଆଇପିଏଲ ନିଲାମରେ ସାମିଲ ହେବାର ଶେଷ ତାରିଖ ଥିଲା ଫେବୃୟାରୀ ୪ । ୨୦୭ କ୍ୟାପଡ, ୮୬୩ ଅନକ୍ୟାପଡ ଓ ୨୭ ଆସୋସିଏଟ ଦେଶର ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହେବେ । ପ୍ରତ୍ୟେକ ଫ୍ରାଂଚାଇଜ ତାଙ୍କ ଟିମରେ ସର୍ବାଧିକ ୨୫ ଖେଳାଳି ରଖିପାରିବେ ।

ଫ୍ରାଂଚାଇଜ ଦ୍ୱାରା ଖେଳାଳି ରିଟେଂଶନ ଏବଂ ରିଲିଜ ପରେ ୨୨ ବିଦେଶୀଙ୍କ ସମେତ ୬୧ ଖେଳାଳିଙ୍କ ସ୍ଥାନ ଖାଲି ରହିଛି । ଏଥର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ସର୍ବାଧିକ ୧୩ ଏବଂ ସନରାଇଜର୍ସ ହାଇଦ୍ରାବାଦ ସର୍ବନିମ୍ନ ୩ ଖେଳାଳି ନିଲାମ ଡାକିପାରିବେ । ଚେନ୍ନାଇରେ ଫେବୃୟାରୀ ୧୮ରେ ଏହି ନିଲାମ ପ୍ରକ୍ରିୟା ଆୟୋଜିତ ହେବ ।

Leave A Reply

Your email address will not be published.