Latest Odisha News

ଚେନ୍ନାଇ ସୁପର୍ କିଙ୍ଗ୍ସର ପ୍ରଥମ ବିଜୟ ପରେ ଚହରଙ୍କୁ ନେଇ କ’ଣ କହିଲେ ଧୋନି ?

ମୁମ୍ବାଇ: ଆଇପିଏଲର ୧୪ ତମ ସଂସ୍କରଣରେ ଶୁକ୍ରବାର ପ୍ରଥମ ମ୍ୟାଚ୍ ଜିତିଛି ଚେନ୍ନାଇ ସୁପର କିଙ୍ଗ୍ସ । ଏହି ମ୍ୟାଚରେ ମାତ୍ର ୧୩ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି ଦୀପକ ଚହର । ଯାହାକୁ ନେଇ ସିଏକେର ଅଧିନାୟକ ମହେନ୍ଦ୍ର ସିଂହ ଧୋନି କହିଛନ୍ତି- ଡେଥ୍ ଓଭର ବୋଲର ଭାବେ ଦୀପକ ଚହର ବେଶ୍ ଅଭିଜ୍ଞ ହୋଇଗଲେଣି । ଏଥିପାଇଁ ସେ ଚାହୁଁଛନ୍ତି ଚହର ପାୱାର ପ୍ଲେ ବେଳେ ଦାୟିତ୍ୱ ନିର୍ବାହ କରନ୍ତୁ ।

ଅନ୍ୟପଟେ ଚେନ୍ନାଇ ଠାରୁ ମ୍ୟାଚ୍ ହାରିବା ପରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲ୍ କହିଛନ୍ତି- ଆମ ପାଖରେ କହିବାକୁ ଅଧିକ କିଛି ନାହିଁ । କାରଣ କୌଣସି ଦଳ ଆରମ୍ଭରୁ ୫ଟି ୱିକେଟ୍ ହରାଇଲେ ଆଉ କିଛି ନଥାଏ । ଚେନ୍ନାଇ ଦଳ ବିଶେଷକରି ଚହର ଭଲ ବୋଲିଂ କରିଛନ୍ତି । ମୋତେ ଜାଡେଜା ରନ୍ ଆଉଟ୍ କରିଛନ୍ତି । ଏହା ବାଦ୍ ଏହି ପିଚ୍ ଏତେ ଖରାପ ନୁହେଁ । ଏଠି ୧୫୦ରୁ ୧୬୦ ରନ ହେବାର ଥିଲା । କିନ୍ତୁ ଆମେ ମାତ୍ର ୧୦୦ ରନ୍ ପାଖାପାଖି କରି ପାରିଥିଲୁ ।

Leave A Reply

Your email address will not be published.