Latest Odisha News

ଆଇପିଏଲ ଫେଜ-୨ର କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ

ଦୁବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ରବିବାର ଆଇପିଏଲ ୨୦୨୧ର ଫେଜ-୨ କାର୍ଯ୍ୟସୂଚୀ ଘୋଷଣା କରିଛି । ବଳକା ୩୧ ମ୍ୟାଚ ୧୯ ସେପ୍ଟମ୍ବରରୁ ୟୁଏଇରେ ଖେଳାଯିବ । ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମୁକାବିଲାରୁ ଏହା ଆରମ୍ଭ ହେବ । ୩୧ ମ୍ୟାଚରୁ ଦୁବାଇରେ ୧୩, ଶାରଜାରେ ୧୦ ଓ ଆବୁଧାବିରେ ୮ ମ୍ୟାଚ ଖେଳାଯିବ । ଲିଗ ପର୍ଯ୍ୟାୟର ଅନ୍ତିମ ମ୍ୟାଚ ଅକ୍ଟୋବର ୮ରେ ବାଙ୍ଗାଲୋର ଓ ଦିଲ୍ଲୀ ମଧ୍ୟରେ ଖେଳାଯିବ ।

କ୍ୱାଲିଫାୟର-୧ ଅକ୍ଟୋବର ୧୦ରେ, ଏଲିମିନେଟର ୧୧ ଓ କ୍ୱାଲିଫାୟର-୨ ମ୍ୟାଚ ୧୩ରେ ଖେଳାଯିବ । ଫାଇନାଲ ଅକ୍ଟୋବର ୧୫ରେ ଖେଳାଯିବ । କରୋନା ସଂକ୍ରମଣ ଯୋଗୁ ଭାରତର ଆଇପିଏଲ ୨୦୨୧ ସଂସ୍କରଣ ଅଧାରୁ ବନ୍ଦ କରା ଯାଇଥିଲା । ପରେ ଏହା ୟୁଏଇରେ ହେବ ବୋଲି ନିଷ୍ପତି ନିଆ ଯାଇଥିଲା । ଆଇପିଏଲ ପରେ ବିସିସିଆଇ ୟୁଏଇ ଓ ଓମାନରେ ଟି୨୦ ବିଶ୍ୱକପ ଆୟୋଜନ କରିବ ।

Leave A Reply

Your email address will not be published.