Latest Odisha News

BREAKING NEWS

ଆଜିଠୁ ୟୁଏଇରେ IPL: ମୁହାଁମୁହିଁ ହେବେ ଧୋନି-ରୋହିତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିଟେକର ମହାସମର ଆଇପିଏଲର ଦ୍ୱିତୀୟ ରାଉଣ୍ଡ । କରୋନା ସଂକ୍ରମଣ ପାଇଁ ସ୍ଥଗିତ ଥିବା ମ୍ୟାଚ୍ ଆଜିଠାରୁ ୟୁଏଇରେ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଧୋନି ଓ ରୋହିତ ଶର୍ମା । ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ଭିତରେ ପ୍ରଥମ ଲଢ଼େଇ ରହିଛି ।

କରୋନା ସଂକ୍ରମଣ ବଢ଼ିବା ଓ କିଛି ଟିମର ଖେଳାଳି ସଂକ୍ରମିତ ହେବା ପରେ ମେ ୪ ତାରିଖରେ ଆଇପିଏଲ ମ୍ୟାଚ୍ ସ୍ଥଗିତ ରଖାଯାଇଥିଲା । ସେତେବେଳେ ଯାଏ ଖେଳାଯାଇଥିଲା ମାତ୍ର ୨୯ଟି ମ୍ୟାଚ୍ । ଚଳିତ ଆଇପିଏଲ୍ ସିଜିନ-୧୪ର ବାକି ରହିଛି ୩୧ ମ୍ୟାଚ୍ । ଆଉ ୨୭ ଦିନ ଚାଲିବ ଫଟାଫଟ କ୍ରିକେଟ ଲଢ଼େଇ ।

ଆଇପିଏଲର ଏହି ବକଳା ମ୍ୟାଚ୍ ୟୁଏଇ, ଆବୁଧାବି ଓ ଶାରଜାହାରେ ଖେଳାଯିବ । ୧୩ଟି ମ୍ୟାଚ୍ ଦୁବାଇ, ୧୦ଟି ଶାରଜାହା ଓ ଆବୁଧାବିରେ ଖେଳାଯିବ ୮ଟି ମ୍ୟାଚ୍ । ଲିଗ୍ ପର୍ଯ୍ୟାୟରେ ଶେଷ ମ୍ୟାଚ୍ ଅକ୍ଟୋବର ୮ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଦିଲ୍ଲୀ କ୍ୟାପିଟାଲ୍ସ ଭିତରେ ଖେଳାଯିବ ।

ପ୍ରଥମ କ୍ୱାଲିଫାୟାର ଦୁବାଇର ଅକ୍ଟୋବର ୧୦ରେ ଖେଳାଯିବ । ଏଲିମିନେଟର ମ୍ୟାଚ୍ ଓ ଦ୍ୱିତୀୟ କ୍ୱାଲିଫାୟାର ଅକ୍ଟୋବର ୧୧ ଓ ୧୩ ତାରିଖରେ ଶାରହାଜାରେ ହେବ ।
ଚଳିତ ସିଜିନରେ ବର୍ତ୍ତମାନ ସୁଦ୍ଧା ଖେଳାଯାଇଥିବା ମୁକାବିଲାରେ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ୮ଟି ମ୍ୟାଚରୁ ୬ଟିରେ ବିଜୟ ସହ ୧୨ ପଏଣ୍ଟ ହାସଲ କରିଛି । ଦ୍ୱିତୀୟ ସ୍ଥାନରେ ଅଛି ଚେନ୍ନାଇ ସୁପର କିଙ୍ଗସ । ୭ ମ୍ୟାଚ୍ ଖେଳି ୫ଟିରେ ବିଜୟ ସହ ହାତେଇଛି ୧୦ ପଏଣ୍ଟ ।

ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୦ ପେଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଚତୁର୍ଥ ସ୍ଥାନରେ ମୁମ୍ୱାଇ ଇଣ୍ଡିଆନ୍ସ, ପଞ୍ଚମରେ ରାଜସ୍ଥାନ ରୟାଲ୍ସ, ଷଷ୍ଠ ସ୍ଥାନରେ ପଞ୍ଜାବ କିଙ୍ଗସ୍ ରହିଥିବା ବେଳେ ସପ୍ତାମ ସ୍ଥାନରେ କୋଲକାତା ନାଇଟ୍ ରାଇଡର୍ସ ଓ ଶେଷରେ ରହିଛି ସନ୍ ରାଇଜର୍ସ ହାଇଦ୍ରାବାଦ ।

Leave A Reply

Your email address will not be published.