Latest Odisha News

BREAKING NEWS

ଆଇପିଏଲ : ୨୮ ମାସ ପରେ ଷ୍ଟାଡିୟମକୁ ଫେରିବେ ଦର୍ଶକ

ନୂଆଦିଲ୍ଲୀ: ୟୁଏଇରେ ଆଇପିଏଲର ୧୪ତମ ସଂସ୍କରଣର ବଳକା ମ୍ୟାଚ ଖେଳାଯିବ । ସମସ୍ତ ପ୍ରସ୍ତୁତି ଶେଷ ହୋଇ ଯାଇଥିବା ବେଳେ ଆଉ ଏକ ଖୁସି ଖବର ହସ୍ତଗତ ହୋଇଛି । ଏଥର ସୀମିତ ସଂଖ୍ୟକ ଦର୍ଶକଙ୍କୁ ଷ୍ଟାଡିୟମରେ ମ୍ୟାଚ ଉପଭୋଗ କରିବା ସୁଯୋଗ ମିଳିବ ବୋଲି ବିସିିସିଆଇ ପକ୍ଷରୁ କୁହାଯାଇଛି । ୨୮ ମାସ ପରେ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତି ଖେଳାଳିଙ୍କ ମନୋବଳ ବଢ଼ାଇବ ବୋଲି ଆଶା କରାଯାଉଛି । କରୋନା ମହାମାରୀ ଯୋଗୁ ଭାରତରେ ଆଇପିଏଲ ଅଧାରୁ ବନ୍ଦ କରାଯାଇଥିଲା ।

ସେପ୍ଟେମ୍ବର ୧୯ରୁ ଏହାର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଆରମ୍ଭ ହେବ । ଦୁବାଇରେ ୧୩ଟି, ଶାରଜାରେ ୧୦ଟି ଏବଂ ଆବୁଧାବିରେ ୮ଟି ମ୍ୟାଚ ଖେଳାଯିବ । ଆଇପିଏଲର ଅଫିସିଆଲ ୱେବସାଇଟରେ ଦର୍ଶକମାନେ ଟିକେଟ କିଣିପାରିବେ । ଖେଳାଳିମାନଙ୍କ ପାଇଁ ଏଥର କଠୋର କରୋନା କଟକଣା ନିୟମ ରଖାଯାଇଛି ।

Leave A Reply

Your email address will not be published.