Latest Odisha News

BREAKING NEWS

ବିଶ୍ୱକର୍ମା ମୂର୍ତ୍ତିରେ ଶେଷ ସ୍ପର୍ଶ

ପୁରୀ : ଆଉ ଦିନକ ପରେ ବିଶ୍ୱକର୍ମାଙ୍କ ପୂଜା ପାଳିତ ହେବ l କାରିଗର ମାନେ ବିଶ୍ୱକର୍ମା ମୂର୍ତ୍ତି ନିର୍ମାଣରେ ଶେଷ ସ୍ପର୍ଶ ଦେଉଛନ୍ତି l ଗତ ୨ ବର୍ଷ କରୋନା କଟକଣା ଯୋଗୁଁ ମୂର୍ତ୍ତି କାରିଗର ମାନେ ହାତ ବାନ୍ଧି ବସିଥିବାବେଳେ ଚଳିତବର୍ଷ କରୋନା କଟକଣା ସାମାନ୍ୟ ଆଶ୍ବସ୍ତି କରାଯାଇଛି l ଯାହାଫଳରେ ମୂର୍ତ୍ତି କାରିଗର ମାନେ ୨ ପଇସା ରୋଜଗାର କରିବେ ବୋଲି ଆଶାୟୀ ଅଛନ୍ତି l ମୂର୍ତ୍ତି ନିର୍ମାଣରେ ଆବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଚଳିତ ବର୍ଷ ମାଟି ନିର୍ମିତ ମୂର୍ତ୍ତି ଦର ମଧ୍ୟ ବୃଦ୍ଧି ପାଇଛି l

ଅଠରନଳା, କୁମ୍ଭାର ପଡା, ଚାରିନଳା ଓ ମାଟିଆପଡା ସମେତ ସହରର ବିବିର୍ଣ୍ଣ ସ୍ଥାନରେ କାରିଗର ମାନେ ମୂର୍ତ୍ତି ତିଆରିରେ ନିମଗ୍ନ ହୋଇପାଡିଛନ୍ତି l କାରିଗରଙ୍କ ଯାଦୁଗରୀ ସ୍ପର୍ଶରେ ମାଟିର ମୂର୍ତ୍ତି ନିଏ ଜୀବନ୍ତ ରୂପ l କାଇଁ କେଉଁ କାଳରୁ କାରିଗର ମାନେ ମୂର୍ତ୍ତି ନିର୍ମାଣ କରିଆସୁଛନ୍ତି l ମୂର୍ତ୍ତି ନିର୍ମାଣ ପାଇଁ ନଡାରେ ଛାଞ୍ଚ ପ୍ରସ୍ତୁତ ହୁଏ l ପରେ ବାଲି ଓ ଅଗାଡି ନିର୍ମିତ ଭାବେ ବୋଲାଯାଇଥାଏ ଏହାଦ୍ୱାରା ମୂର୍ତ୍ତି ଗୁଡିକ ଶକ୍ତ ହେବା ସହ ହାଲୁକା ହୋଇଯାଏ l

ଏହାପରେ ଦୋ ମାଟିଆ କରାଯାଇ ଦେହରେ କନା ପଡିଥାଏ l ସାମାନ୍ୟ ଶୁଖିଗଲେ ଏହାକୁ ମସୁଣ କରାଯାଇ ପୁନଃ ସୁଖାଯାଇଥାଏ l ମୂର୍ତ୍ତି ଦେହରେ ଅଳଙ୍କାର ଲାଗିବା ପରେ ଅନାନ୍ୟ ରଙ୍ଗ କରାଯାଇଥାଏ l କରୋନା ଯୋଗୁଁ ମୂର୍ତ୍ତି ନିର୍ମାଣରେ ଦେଖାଦେଇଛି ଅନେକ ସମସ୍ୟା l ଗତ ୨ ବର୍ଷ ହେଲା ମାଟି ତିଆରି ମୂର୍ତ୍ତି ନ ହେବାରୁ ନା ନା ଅସୁବିଧା ଦେଇ ଗତି କରୁଥିଲେ କାରିଗର l

ସେଥିପାଇଁ ଚଳିତ ବର୍ଷ ଯେତିକି ଓର୍ଡ଼ର ମିଳୁଛି ସେଇ ଅନୁସାରେ ମୂର୍ତ୍ତି ନିର୍ମାଣ କରାଯାଉଛି l ୧୦୦ଟଙ୍କାରୁ ଆରମ୍ଭ କରି ୩ ହଜାର ଟଙ୍କାର ରହିଛି l ମୂର୍ତ୍ତିର ଉଚ୍ଚତା ସର୍ବାଦିକ ଚାରି ଫୁଟ ପର୍ଯ୍ୟନ୍ତ ରହିଛି  l

Leave A Reply

Your email address will not be published.