Latest Odisha News

BREAKING NEWS

ସମ୍ମୁଖକୁ ଆସିଲା ଆଇପିଏଲ ୨୦୨୨ ପାଇଁ ରିଟେନଶନ ନିୟମ

ମୁମ୍ବାଇ: ଆଇପିଏଲ ୨୦୨୨ ପାଇଁ ହେବାକୁ ଥିବା ମେଗା ନିଲାମ ପ୍ରକ୍ରିୟା ପୂର୍ବରୁ ନୂତନ ରିଟେନଶନ ନିୟମ ସମ୍ମୁଖକୁ ଆସିଛି । ତେବେ ବିଧିବଦ୍ଧ ଭାବେ ଏହାର ଘୋଷଣା କରାଯାଇ ନାହିଁ । କ୍ରିକଇନଫୋରେ ପ୍ରକାଶିତ ଖବର ଅନୁସାରେ ପୁରୁଣା ୮ଟି ଟିମ ଅତିବେଶୀରେ ୪ଟି ଖେଳାଳି ରିଟେନ କରିପାରିବେ । ଏହା ମଧ୍ୟରେ ୩ଜଣ ଭାରତୀୟ ଓ ଜଣେ ବିଦେଶୀ ଖେଳାଳି ରହିପାରିବେ । ଅତି ଆବଶ୍ୟକ ପଡିଲେ ଦଳ ୨ଜଣ ବିଦେଶୀ ଖେଳାଳିଙ୍କୁ ରିଟେନ କରିପାରିବ ।

୨ ନୂତନ ଟିମ ପୁରୁଣା ଦଳ ଦ୍ୱାରା ରିଲିଜ କରାଯାଇଥିବା ଖେଳାଳିଙ୍କ ମଧ୍ୟରୁ ୩ଜଣଙ୍କୁ ରଖିପାରିବେ । କୌଣସି ଟିମ ୨ରୁ ଅଧିକ ଅନକ୍ୟାପଡ ଖେଳାଳିଙ୍କୁ ସାମିଲ କରିପାରିବ ନାହିଁ । ମେଗା ଅକ୍ସନରେ ଫ୍ରାଂଚାଇଜ ୯୦ କୋଟି ଟଙ୍କା ଖର୍ଚ୍ଚ କରିପାରିବ । ଗତବର୍ଷ ଏହା ୮୫ କୋଟି ଥିଲା ।

Leave A Reply

Your email address will not be published.