Latest Odisha News

BREAKING NEWS

ଆର୍ଯ୍ୟନଙ୍କ ଜାମିନ ପରେ ମଲିକ କହିଲେ ପିକ୍‌ଚର ଅବ ବାକି ହୈ ମେରେ ଦୋସ୍ତ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ କେସରେ ଆର୍ଯ୍ୟନ ଖାଁଙ୍କୁ ଆଜି ଜାମିନ ମିଳିଛି । ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକ ଏହା ପରେ ଟୁଇଟ କରିଛନ୍ତି ପିକ୍‌ଚର ଅବ ବାକି ହୈ ମେରେ ଦୋସ୍ତ । ଏହା ସେ ପରୋକ୍ଷରେ ଏନସିବି ଅଧିକାରୀ ସମୀର ୱାଙ୍ଖେଡଙ୍କୁ ଟାର୍ଗେଟ କରି ଲେଖିଥିବା ଅନୁମାନ କରାଯାଉଛି । ମଲିକ ଏହା ପୂର୍ବରୁ ୱାଙ୍ଖେଡଙ୍କୁ ନେଇ ଅନେକ ତଥ୍ୟ ସୋସିଆଲ ସାଇଟରେ ଶେୟାର କରିଥିଲେ ।

ୱାଙ୍ଖେଡ ଉଦ୍ଦେଶ୍ୟମୂଳକ ଭାବେ ଆର୍ଯ୍ୟନଙ୍କୁ ଫସାଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଏନସିବି ଅଧିକାରୀ ନିଜ ଉପରେ ଲାଗିଥିବା ଦୋଷ ଛଡାଇବାରେ ବ୍ୟସ୍ତ ଅଛନ୍ତି । ଆର୍ଯ୍ୟନଙ୍କୁ ଜାମିନ ମିଳିବା ପରେ ପରୋକ୍ଷରେ ୱାଙ୍ଖେଡଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଏପରିକି ମୁମ୍ବାଇ ପୋଲିସ ଭ୍ରଷ୍ଟାଚାର ନିବାରଣ ଆଇନରେ ମୋକଦ୍ଦମା ରୁଜୁ କରିଛି ।

Leave A Reply

Your email address will not be published.