Latest Odisha News

ଆଇପିଏଲ: ପ୍ଲେ ଅଫ, ଫାଇନାଲ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ପ୍ଲେ ଅଫ ଓ ଫାଇନାଲ କାର୍ଯ୍ୟସୂଚୀର ଘୋଷଣା କରାଯାଇଛି । ମେ ୨୩ରୁ ୨୮ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଚେନ୍ନାଇର ଚେପକ ଷ୍ଟାଡିୟମରେ କ୍ୱାଲିଫାୟର ୧ ଓ ଏଲିମିନେଟର ମେ ୨୩ ଓ ୨୪ରେ ଖେଳାଯିବ । ମେ ୨୬ ଓ ୨୮ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ କ୍ୱାଲିଫାୟର ୨ ଓ ଫାଇନାଲ ମ୍ୟାଚ ଖେଳାଯିବ । କ୍ରମାଗତ ଦ୍ୱିତୀୟ ଥର ପାଇଁ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ ଖେଳାଯିବ । ଗତ ସଂସ୍କରଣରେ ଗୁଜରାଟ ଟାଇଟାନ୍ସ ଏଠାରେ ଟାଇଟଲ ହାସଲ କରିଥିଲା ।

ଏହି ଷ୍ଟାଡିୟମର ଦର୍ଶକ କ୍ଷମତା ୧୩୨,୦୦୦ ରହିଛି । ୨୦୧୯ ପରେ ଚେନ୍ନାଇ ପ୍ଲେଅଫ ଗେମ ଆୟୋଜନ କରିବାକୁ ଯାଉଛି । ୨୦୧୧ ଓ ୧୨ରେ ୨ଟି ଫାଇନାଲ ସମେତ ୫ଟି ମ୍ୟାଚ ଆୟୋଜନ କରିଥିଲା । ଚଳିତ ସଂସ୍କରଣରେ ଏ ପର୍ଯ୍ୟନ୍ତ ୨୮ଟି ମ୍ୟାଚ ଖେଳା ସରିଛି । ରାଜସ୍ଥାନ ୬ଟି ମ୍ୟାଚରେ ୪ଟି ବିଜୟ ହାସଲ କରି ଆଗରେ ରହିଛି ।

Leave A Reply

Your email address will not be published.