Latest Odisha News

BREAKING NEWS

ସିସିଆରରେ ଜିଲ୍ଲାପାଳଙ୍କ ଜାଲ ଦସ୍ତଖତ, ବନ୍ଧା ହେଲେ ରାଜସ୍ୱ ନିରୀକ୍ଷକ

କାମାକ୍ଷାନଗର: ସିସିଆର ରିପୋର୍ଟରେ ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତ କରି ଫସିଲେ ରାଜସ୍ୱ ନିରୀକ୍ଷକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ରାଜସ୍ୱ ନିରୀକ୍ଷକ ବିଶ୍ଵନାଥ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି । ୨୦୧୮ ମସିହାରେ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଓ ଭୁବନ ତହସିଲରେ କାର୍ଯ୍ୟ କରୁଥିଲେ ବିଶ୍ଵନାଥ ପ୍ରଧାନ । ସେତେବେଳେ ନିଜ ସିସିଆରରେ ତତ୍କାଳୀନ ଜିଲ୍ଲାପାଳ ରୂପା ରୋଶନ ସାହୁଙ୍କ ଜାଲ ଦସ୍ତଖତ ମାରିଥିଲେ ବିଶ୍ୱନାଥ ।

ମାମଲାରେ ୫ ବର୍ଷ ପରେ ଟାଉନ ଥାନା ପୋଲିସ ଗୁରୁବାର ବିଶ୍ଵନାଥକୁ କାମାକ୍ଷାନଗରରୁ ଗିରଫ କରିଛି । ଏଥି ସହିତ ରାଜସ୍ବ ନିରୀକ୍ଷକଙ୍କ ସିସିଆର ଓ ଅନ୍ୟ ଦସ୍ତାବିଜକୁ ଜବତ କରି ଯାଞ୍ଚ କରାଯାଉଛି । ବିଶ୍ୱନାଥ ନିଜ ସିସିଆରରେ ତାଙ୍କ କାର୍ଯ୍ୟ ଦକ୍ଷତା ଅତି ସନ୍ତୋଷ ଜନକ ବୋଲି ଲେଖି ଢେଙ୍କାନାଳର ତତ୍କାଳୀନ ଜିଲ୍ଲାପାଳ ରୂପା ରୋଶନ ସାହୁଙ୍କ ଜାଲ ଦସ୍ତଖତ କରିଥିଲେ ।

ଏ ସମ୍ପର୍କରେ ଜଣାପଡିବା ପରେ ତତ୍କାଳୀନ ଜିଲ୍ଲାପାଳ ରୂପା ରୋଶନ ସାହୁ ଏହା ତାଙ୍କ ଦସ୍ତଖତ ନୁହେଁ ବୋଲି କହିବା ପରେ ତାଙ୍କ ପରେ ଜିଲ୍ଲାପାଳ ଥିବା ନିଖିଲ ପବନ କଲ୍ୟାଣ ଟାଉନ୍ ଥାନାରେ ଏତଲା ଦେଇଥିଲେ । ଟାଉନ ଥାନାରେ ଏନେଇ ୨୦୧୭ରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା ।

୫ ବର୍ଷ ପରେ ଟାଉନ ଥାନା ପୋଲିସ ଏହି ମାମଲାର ତଦନ୍ତ କରି ବର୍ତ୍ତମାନ କାମାକ୍ଷାନଗର ତହସିଲରେ କାର୍ଯ୍ୟରତ ରାଜସ୍ୱ ନୀରିକ୍ଷକ ବିଶ୍ଵନାଥ ପ୍ରଧାନଙ୍କୁ ପ୍ରମାଣ ସହ ଗିରଫ କରିଛି । ଏଥିସହିତ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳଙ୍କ ଷ୍ଟେନୋ ଓ ପୂର୍ବତନ ଜିଲ୍ଲାପାଳଙ୍କ ଗାଡ଼ା ଚଳାଉଥିବା ଚାଳକଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.