Latest Odisha News

BREAKING NEWS

ରାଘବଙ୍କୁ ଭେଟିବାକୁ ଭାରତ ଆସିବେ ପ୍ରିୟଙ୍କା

ମୁମ୍ବାଇ: ଆମି ଆଦମୀ ପାର୍ଟି ନେତା ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ପ୍ରେମ ସମ୍ପର୍କକୁ ନେଇ ଉଭୟ ଏବେ ଚର୍ଚ୍ଚାରେ ରହିଛନ୍ତି । ଅନେକ ଥର ଏଭୟ ଏକାଠି ନଜର ଆସିଛନ୍ତି । ଏହି କାରଣରୁ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ଆଲୋଚନା ହେଉଛି । ଜଣାଯାଇଛି ଯେ, ରାଘବ ଓ ପରିଣୀତିଙ୍କ ସମ୍ପର୍କକୁ ନେଇ ଉଭୟ ପରିବାର ମଧ୍ୟରେ କଥାବାର୍ତ୍ତା ସରିଛି । ଖୁବ୍‌ଶୀଘ୍ର ପରିଣୀତିଙ୍କ ଭଉଣୀ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରୁ ଭାରତ ଆସୁଥିବା ଜଣାଯାଇଛି । ପ୍ରିୟଙ୍କା ରାଘବଙ୍କୁ ଭେଟି ଆଲୋଚନା କରିବେ । ପରେ ଉଭୟ ପରିବାର ସଦସ୍ୟଙ୍କୁ ନେଇ ଏକ ଛୋଟ ପାର୍ଟିର ଆୟୋଜନ ମଧ୍ୟ କରିବେ ।

BjdElectrycity

ରାଘବ ହେଉଛନ୍ତି ସର୍ବକନିଷ୍ଠ ସାଂସଦ । ତାଙ୍କୁ ନିକଟରେ ପରିଣୀତି ଚୋପ୍ରାଙ୍କ ସହ ଉଭୟ ରାତ୍ରି ଏବଂ ମଧ୍ୟାହ୍ନ ଭୋଜନ କରୁଥିବାର ଦେଖିବାକୁ ମିଳିଥିଲା । ଏଥିସହିତ ସୋସିଆଲ ମିଡିଆରେ ସେମାନଙ୍କ ଡେଟିଂ ଖବର ପ୍ରଚାର ହେବାରେ ଲାଗିଲା । ପରେ ପରିଣୀତିଙ୍କୁ ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ସେ ବିବାହ ପୋଷାକ ଅର୍ଡ଼ର ଦେବାକୁ ପରିଣୀତି ମନୀଷଙ୍କ ଘରକୁ ଯାଇଛନ୍ତି ବୋଲିି ଆଲୋଚନା ହୋଇଥିଲା । ଏଥିସହିତ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୀବ ଆରୋରା ମଧ୍ୟ ଅଭିନେତ୍ରୀ ତଥା ସାଂସଦଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Leave A Reply

Your email address will not be published.