ଜେଦାହ: ଆଇପିଏଲ ମେଗା ନିଲାମ ୨୦୨୫ରେ ଫ୍ରାଚାଇଜରମାନେ ଷ୍ଟାର ଖେଳାଳିଙ୍କ ପିଛା ଅର୍ଥ ଖର୍ଚ୍ଚ କରିବା ଆରମ୍ଭ କରିଛନ୍ତି । ଜେଦାହରେ ଆରମ୍ଭ ହୋଇଥିବା ନିଲାମର ପ୍ରଥମ ଦିବସରେ ୧୨ ମାର୍କ୍ୟୁ ଖେଳାଳି ବିକ୍ରି ହୋଇଛନ୍ତି । ରିଷଭ ପନ୍ତ ୨୭ କୋଟି ଟଙ୍କା ସହ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ପାଲଟିଛନ୍ତି । ତାଙ୍କୁ ଲକ୍ଷ୍ନୌ ସୁପର ଜ୍ୟାଂଟସ କ୍ରୟ କରିଛି ।
ଶ୍ରେୟାଶ ଆୟାର ୨୬.୭୫ କୋଟି ଟଙ୍କାରେ ପଞ୍ଜାବ କିଙ୍ଗସ ଦଳରେ ସାମିଲ କରିଛି । ସେ ଆଇପିଏଲ ଇତିହାସର ଦାମୀ ଖେଳାଳି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅର୍ଶଦୀପ ସିଂଙ୍କୁ ୧୮ କୋଟିରେ ପଞ୍ଜାବ କିଙ୍ଗସ ଆରଟିଏମ ମାଧ୍ୟମରେ ନେଇଛି । କାଗିସୋ ରାବାଡାଙ୍କୁ ଗୁଜରାଟ ଟାଇଟାନ୍ସ ୧୦.୭୫ ଏବଂ ଜୋସ ବଟଲରଙ୍କୁ ୧୫.୭୫ କୋଟିରେ କ୍ରୟ କରିଛି । ମିଚେଲ ଷ୍ଟାର୍କଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୧.୭୫ କୋଟିରେ, ମହମ୍ମଦ ସାମୀଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୧୦କୋଟିରେ ଓ ଡେଭିଡ ମିଲରଙ୍କୁ ଲକ୍ଷ୍ନୌ ଟିମ ୭.୫ କୋଟିରେ ନେଇଛି ।
ଅନ୍ୟମାନଙ୍କ ମଧ୍ୟରେ ୟୁଜଭେନ୍ଦ୍ର ଚହଲଙ୍କୁ ୧୮ କୋଟିରେ ପଞ୍ଜାବ କିଙ୍ଗସ, ମହମ୍ମଦ ସିରାଜଙ୍କୁ ଗୁଜରାଟ ୧୨.୨୫ କୋଟି, ଲିୟାମ ଲିଭିଂଷ୍ଟୋନଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୮.୭୫ କୋଟିରେ ଏବଂ କେଏଲ ରାହୁଲଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୪ କୋଟିରେ ନେଇଛି ।