ନୂଆଦିଲ୍ଲୀ: ଚଳିତ ଆଇପିଏଲ କାର୍ଯ୍ୟସୂଚୀରେ ବିସିସିଆଇ ସାମାନ୍ୟ ପରିବର୍ତନ କରିଛି । ଅହମ୍ମଦାବାଦ ଓ ଗୁଜରାଟରେ ନଗର ନିଗମ ନିର୍ବାଚନ ହେବାକୁ ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏପ୍ରିଲ ୨୬ରେ ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମ୍ୟାଚ ଅହମ୍ମଦାବାଦରେ ହେବାକୁ ଥିଲା । ଏବେ ଏହି ମ୍ୟାଚ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଏବେ ଖେଳାଯିବ । ମ୍ୟାଚ ଦ୍ୱିପ୍ରହର ୩ଟା୩୦ରୁ ଆରମ୍ଭ ହେବ । ସେହିପରି ମେ ୨୧ରେ ମଧ୍ୟ ଉଭୟ ଟିମ ମଧ୍ୟରେ ଖେଳାଯିବାକୁ ଥିବା ଭେନ୍ୟୁରେ ପରିବର୍ତନ କରାଯାଇଛି ।
ପ୍ରଥମେ ଏହି ମ୍ୟାଚ ଚେନ୍ନାଇରେ ହେବାକୁ ଥିଲା । ଏବେ ଏହା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ମ୍ୟାଚ ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ ହେବ । ଚେନ୍ନାଇ ୪ଟି ମ୍ୟାଚ ଖେଳି ଗୋଟିଏରେ ବିଜୟ ହାସଲ କରିଛି । ଦଳର ଷ୍ଟାର ଖେଳାଳି ଏମଏସ ଧୋନୀ ଏ ପର୍ଯ୍ୟନ୍ତ ଆଘାତ ସମସ୍ୟା ଯୋଗୁ ଗୋଟିଏ ବି ମ୍ୟାଚରେ ଖେଳି ପାରି ନାହାନ୍ତି ।