Latest Odisha News

BREAKING NEWS

ଆଇପିଏଲ୍ ହାଇଲାଇଟ୍‌ସ: ସୁପର ଓଭରରେ ପଞ୍ଜାବ ଠାରୁ ମ୍ୟାଚ୍ ଛଡାଇ ନେଲା ଦିଲ୍ଳୀ

ଆବୁଧାବି: ଆଇପିଏଲ୍ ଦ୍ୱିତୀୟ ମ୍ୟଚ୍‌ରେ ଦିଲ୍ଲୀର ରୋମାଂଚକର ବିଜୟ । ପ୍ରଥମେ ମ୍ୟାଚ୍ ଟାଇ ହେଲା । ତା’ପରେ ସୁପର ଓଭରରେ ପଂଜାବ କିଙ୍ଗସ ଇଲେଭେନ୍‌କୁ ହରାଇଥିଲା ଦିଲ୍ଲୀ କ୍ୟାପିଟାଲସ । ପଂଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୭ ରନ୍ କରିଥିଲେ । ସୁପର ଓଭରରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ ହୋଇଥିଲା । ଦିଲ୍ଲୀ ବୋଲର ରବାଡା, ସୁପର ଓଭରରେ ପଂଜାବ ଠାରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ ।

ଦୁବାଇର ଚାଲିଥିବା ଆଇପିଏଲ୍ ମହାସମରର ଦ୍ୱିତୀୟ ମ୍ୟାଚ୍‌ରେ କାଲି ମୁହାମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଆଉ କିଙ୍ଗସ୍ ଇଲେଭେନ୍ ପଂଜାବ । ପଂଜାବ ପ୍ରଥମେ ଟସ୍ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଦିଲ୍ଲୀ ୮ ୱିକେଟ ହରାଇ ୧୫୭ ରନ୍ କରିଥିଲା । ଜବାବରେ କିଙ୍ଗସ୍ ଇଲେଭେନ ପଂଜାବ ନିର୍ଦ୍ଧାରିତ ଓଭର ୮ ୱିକେଟରେ ସମାନ ୧୫୭ ରନ୍ କରିଥିଲା । ଫଳରେ ମ୍ୟାଚ୍ ଟାଇ ହୋଇଥିଲା । ଏହାପରେ ଖେଳାଯାଇଥିଲା ସୁପରଓଭର ।

ସୁପର ଓଭରରେ ଦିଲ୍ଲୀ ଆଗରେ ୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ପଂଜାବ । ୩ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀ ପକ୍ଷରୁ ଋଷଭ ପନ୍ତ୍ ଓ ଶ୍ରେୟସ ଆୟର ବ୍ୟାଟିଂ ପାଇଁ ଓହ୍ଲାଇଥିଲେ। ମହମ୍ମଦ ସାମି ବୋଲିଂ ଭାର ସମ୍ଭାଳିଥିଲେ। ପ୍ରଥମ ବଲ୍‌ରେ କୌଣସି ରନ୍ ଦେଇନଥିଲା ବେଳେ ଦ୍ବିତୀୟ ବଲ୍ ୱାଇଡ୍ ପକାଇଥିଲେ। ତୃତୀୟ ବଲ୍‌ରେ ପନ୍ତ୍ ୨ ରନ୍ ନେଇ ଦିଲ୍ଲୀକୁ ବିଜୟ ଭେଟି ଦେଇଥିଲେ। ମାର୍କସ୍ ଷ୍ଟୋଇନିସ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Leave A Reply

Your email address will not be published.