Latest Odisha News

ଆଇପିଏଲର ବଳକା ମ୍ୟାଚ ୟୁଏଇରେ, ଟି୨୦ ବିଶ୍ୱକପ ଆୟୋଜନ ଓ ଟ୍ୟାକ୍ସ ଛାଡ ନେଇ ମଧ୍ୟ ଆଲୋଚନା

ନୂଆଦିଲ୍ଲୀ:ବିସିସିଆଇର ଶନିବାର ଅନୁଷ୍ଠିତ ବାର୍ଷିକ କାର୍ଯ୍ୟକାରିଣୀ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୧ ସଂସ୍କରଣର ବଳକା ମ୍ୟାଚ ତକ ୟୁଏଇରେ ଖେଳାଯିବ ବୋଲି ଚୂଡାନ୍ତ ହୋଇଛି । ସେପ୍ଟେମ୍ବର, ଅକ୍ଟୋବରରେ ଭାରତରେ ବର୍ଷା ଋତୁ ଥିବାରୁ ଆଇପିଏଲ ମ୍ୟାଚ ୟୁଏଇରେ ହେବ । ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୯ ପର୍ଯ୍ୟନ୍ତ ଏହା ଆୟୋଜିତ ହୋଇପାରେ । ଟି୨୦ ବିଶ୍ୱକପ ଆୟୋଜନ ନେଇ ବୋର୍ଡ ଆଇସିସିକୁ ମାସେ ସମୟ ମାଗିଛି ।

କରୋନାର ସ୍ଥ୍‌ିତି ଏବଂ ପାରିପାଶ୍ୱିର୍କ ଅବସ୍ଥା ଅନୁଧ୍ୟାନ କରିବା ପରେ ଏ ସମ୍ପର୍କରେ ନିଷ୍ପତି ନିଆଯିବ । ସେହିପରି ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କ ଦେୟ ନେଇ କୌଣସି ଆଲୋଚନା ହୋଇପାରି ନାହିଁ । ବିଶ୍ୱକପ ଆୟୋଜନ ନେଇ ସରକାରଙ୍କ ସହ ଟ୍ୟାକ୍ସ ଛାଡ ସମ୍ପର୍କରେ ଆଲୋଚନା ଚାଲିଛି । ଖୁବ୍ ଶୀଘ୍ର ଏ ନେଇ ରାସ୍ତା ବାହାରିବ ବୋଲି ବୋର୍ଡ ଆଶା ବ୍ୟକ୍ତ କରିଛି ।

Leave A Reply

Your email address will not be published.