Latest Odisha News

BREAKING NEWS

ୟାସ ପ୍ରଭାବରେ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା

ଭଦ୍ରକ : ଭଦ୍ରକ ଜିଲ୍ଲାରେ ବାତ୍ୟାରେ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା । ବାତ୍ୟା ୟାସ ପ୍ରଭାବରେ ଭଦ୍ରକ ଜ଼ିଲ୍ଲାର ଯେଉଁ ସବୁ କ୍ଷୟକ୍ଷତି ହୋଇଛି, ତାହାର ଆକଳନ କିପରି କରାଯାଉଛି । ତା ସହିତ ଓ ରିଲିଫରୁ ନେଇ ପୁନରଉଦ୍ଧାର କାର୍ଯ୍ୟ କିପରି ଆରମ୍ଭ ହୋଇଛି, ତାହାର ସମୀକ୍ଷା କରିଛନ୍ତି ରାଜ୍ୟ ଖାଦ୍ୟ, ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଜ଼ିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜ଼ିଲ୍ଲାର ଭଦ୍ରକ ସାଂସଦଙ୍କ ଠାରୁ ନେଇ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ତେବେ ବାତ୍ୟା ୟାସରେ ଭଦ୍ରକ ଜ଼ିଲ୍ଲାର ୭ ଗୋଟି ବ୍ଲକର ୨୧୮ ଗୋଟି ପଞ୍ଚାୟତ, ୪ ଗୋଟି ସହର ର ୭୯ ଗୋଟି ୱାର୍ଡ ପ୍ରଭାବିତ ହୋଇଛି. ଏଥିରେ ୧୫ ଲକ୍ଷ ୬ ହଜାର ୩୩୭ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ହେକ୍ଟର ହେକ୍ଟର ଚାଷଜମିରେ ସମୁଦ୍ର ଜୁଆର ଓ ବର୍ଷା ଜଳ ମାଡି ରହିବା ଯୋଗୁଁ ଚାଷଜମି କ୍ଷତିଗ୍ରସ୍ତ ହୋଇଛି ।

ସେହିପରି ବହୁ ଜମିରେ ପନିପରିବା ଚାଷ ଠାରୁ ଆରମ୍ଭ କରି ମୁଗ ବିରି ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କେବଳ ସେତିକି ନୁହେଁ ଏବେ ବି ବହୁତ୍ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଥିବା ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ଆକଳନ କରି ମନ୍ତ୍ରୀଙ୍କୁ ଦିଆଯାଇଛି ରିପୋର୍ଟ । ତେବେ ପାଣି କମିଲେ ପ୍ରକୃତ କ୍ଷୟକ୍ଷତି ଆକଳନ କରାଯିବ ବୋଲି କୁହାଯାଇଛି । ବହୁତ୍ ଘର ମଧ୍ୟ ନଷ୍ଟ ହୋଇଯାଇଛି ।

ବାତ୍ୟା ପରେ ପରେ ପୁନରୁଦ୍ଧାର କାର୍ଯ୍ୟକୁ କିପରି ପ୍ରାଥମିକତା ଦେଇ କାର୍ଯ୍ୟ କରାଯାଉଛି । ବିଶେଷ କରି ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ସରବରାହ ଯୁଦ୍ଧ କାଳୀନ ଭିତ୍ତିରେ କିପରି କରାଯିବ ଓ ପାନୀୟ ଜଳ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯୋଗାଇ ଦିଆଯିବାକୁ ମଧ୍ୟ କୁହାଯାଇଥିଲା । ଏପରିକି ଆସନ୍ତା ୨ ତାରିଖ ସୁଦ୍ଧା ସଠିକ ରିପୋର୍ଟ ଏସଆରସିଙ୍କୁ ପଠାଇବା ପାଇଁ ଜ଼ିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶଦେଇଛନ୍ତି ମନ୍ତ୍ରୀ.। ଭଦ୍ରକ ଜ଼ିଲ୍ଲାରେ ବାତ୍ୟା ମୁକାବିଲା ସଠିକ ଭାବେ ହୋଇଥିବା ବେଳେ, ବାତ୍ୟା କ୍ଷୟକ୍ଷତିର ଆକଳନ ସଠିକ ଭାବେ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ଉପସ୍ଥିତ ପଦାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।।

Leave A Reply

Your email address will not be published.