Latest Odisha News

BREAKING NEWS

ତୃତୀୟ ଥର ପାଇଁ ୨୫୦ରୁ ଅଧିକ ସ୍କୋର କଲା ହାଇଦ୍ରାବାଦ

ନୂଆଦିଲ୍ଲୀ: ଟ୍ରେଭିସ ହେଡ, ଅଭିଷେକ ଶର୍ମା ଓ ଶାହାବାଜ ଅହମ୍ମଦଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚଳିତ ଆଇପିଏଲରେ ତୃତୀୟ ଥର ପାଇଁ ସନରାଇଜର୍ସ ହାଇଦ୍ରାବାଦ ୨୫୦ରୁ ଅଧିକ ସ୍କୋର କରିଛି । ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ଦଳ ମାତ୍ର ୬ ଓଭରରେ ୧୨୫ ରନ ସଂଗ୍ରହ କରି ନେଇଥିଲା । ପାୱାରପ୍ଲେରେ ଏହା ସର୍ବାଧିକ ସ୍କୋର । ୨୦ ଓଭରରେ ୭ ୱିକେଟ ବିନିମୟରେ ଦଳ ୨୬୬ ରନ ସଂଗ୍ରହ କରିଥିଲା । ହେଡ ୩୨ ବଲରୁ ୮୯, ଅଭିଷେକ ୧୨ ବଲରୁ ୪୬ ଓ ଶାହାବାଜ ୨୯ ବଲରୁ ୫୯ ରନ କରି ଅପରାଜିତ ରହିଥିଲେ ।

କୂଲଦୀପ ଯାଦବଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ହାଇଦ୍ରାବାଦ ୩୦୦ ସ୍କୋର କରିପାରି ନ ଥିଲା । କୁଲଦୀପ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଟସ ଜିତି ଦିଲ୍ଲୀ ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.