Latest Odisha News

BREAKING NEWS

ଆଇପିଏଲ: ଏଲିମିନେଟର ମ୍ୟାଚରେ ଖେଳିଥିଲେ ୮ ଅଧିନାୟକ

ଆବୁଧାବି: ଆଇପିଏଲ ୧୩ତମ ସଂସ୍କରଣରେ ଶୁକ୍ରବାର ଅନୁଷ୍ଠିତ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଲିମିନେଟର ମ୍ୟାଚରେ ୮ଜଣ ଅଧିନାୟକ ଖେଳୁଥିଲେ । ବାଙ୍ଗାଲୋର ପକ୍ଷରୁ ୩ଜଣ ଖେଳୁଥିଲେ । ସେମାନେ ହେଲେ ଟିମ୍ ଇଣ୍ଡିଆର ତଥା ବାଙ୍ଗାଲୋରର ନିୟମିତ ଅଧିନାୟକ ବିରାଟ କୋହଲି, ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲର୍ସ ଓ ଅଷ୍ଟ୍ରେଲିଆ ଟି୨୦ ଏବଂ ଦିନିକିଆ ଅଧିନାୟକ ଆରୋନ ଫିଂଚ ।

ଅପରପକ୍ଷରେ ହାଇଦ୍ରାବାଦ ପକ୍ଷରୁ ୫ଜଣ ଅଧିନାୟକ ଖେଳୁଥିଲେ । ସେମାନେ ହେଲେ ଅଷ୍ଟ୍ରେଲିଆର ଡେଭିଡ ୱାର୍ଣ୍ଣର, ନ୍ୟୁଜିଲାଣ୍ଡର କେନ ୱିଲିୟମସନ ଓ ୱେଷ୍ଟଇଣ୍ଡିଜର ଜାସନ ହୋଲ୍ଡର । ଏହା ବ୍ୟତୀତ ଆଫଗାନିସ୍ତାନ ଟିମର ପୂର୍ବତନ ଅଧିନାୟକ ରଶିଦ ଖାଁ ଓ ଭାରତର ୧୯ ବର୍ଷରୁ କମ୍ ଦଳର ଅଧିନାୟକ ରହିଥିବା ପ୍ରିୟମ ଗର୍ଗ । ଏହି ମ୍ୟାଚରେ ହାଇଦ୍ରାବାଦ ୬ ଉଇକେଟରେ ବାଙ୍ଗାଲୋରକୁ ପରାସ୍ତ କରିଛି ।

Comments are closed.