ଦୁବାଇ: ରୋହିତ ବାହିନୀର ରୋମାଞ୍ଚକର ବିଜୟ । ଷଷ୍ଠ ଥର ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି ମୁମ୍ୱାଇ ଇଣ୍ଡିଆନ୍ସ । ପ୍ରଥମ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନରେ ହରାଇ ପ୍ରଥମ ଫାଇନାଲିଷ୍ଟ ହୋଇଛି ମୁମ୍ୱାଇ । ଏହି ବିଜୟ ସହ ପଞ୍ଚମ ଥର ଚାମ୍ପିଅନ୍ ଆଇପିଏଲ ଚାମ୍ପିଅନ୍ ହେବାଠାରୁ ପାଦେ ଦୂରରେ ରହିଛି ।
ବୁମରାହ, ବୋଲ୍ଟ ବୋଲିଂ ଝଡ଼
ମୁମ୍ୱାଇ ଦେଇଥିବା ବିଶାଳ ୨୦୧ରନ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୮ ଓ୍ୱିକେଟ ହରାଇ ୧୪୩ ରନ୍ କରି ପାରିଥିଲା । ଯଶପ୍ରୀତ ବୁମରାହ ଓ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂ ଆଗରେ ଭୁଶୁଡ଼ି ପଡ଼ିଥିଲା ଦିଲ୍ଲୀର ବ୍ୟାଟିଂ ଅର୍ଡର ।
ଶୂନ ରନରେ ତିନିଟି ଓ୍ୱିକେଟ୍
ଟ୍ରେଣ୍ଟ ବୋଲ୍ଟ ତାଙ୍କର ପ୍ରଥମ ଓଭରରେ ପୃଥ୍ୱୀ ଶ ଓ ଆଜିଙ୍କ୍ୟ ରାହାଣେଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲନ୍ ରାସ୍ତା ଦେଖାଇଥିଲେ । ଏହାପରେ ଶିଖର ଧଓ୍ୱନଙ୍କୁ ଶୂନରେ ଆଉଟ୍ କରିଥିଲେ ବୁମରାହ । ଦଳୀୟ ସ୍କୋର ଶୂନରେ ତିନିଟି ଓ୍ୱିକେଟ ହରାଇ ବ୍ୟାଟିଂ ବିପର୍ୟ୍ୟୟର ସାମନା କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ବୁମରାହ ୪ଟି ଓ ବୋଲ୍ଟ ୨ଟି ଓ୍ୱିକେଟ ଅକ୍ତିଆର କରିଥିଲେ ।
ସୂର୍ଯ୍ୟକୁମାର ଓ କିଷାନଙ୍କ ବିସ୍ଫୋରକ ଇନିଂସ
ପ୍ରଥମ କ୍ୱାଲିଫାୟାରରେ ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ନିର୍ଦ୍ଧାରିତ ଓଭରରେ ୫ ଓ୍ୱିକେଟ ହରାଇ ବିଶାଳ ୨୦୦ ରନ ପାହାଡ ଠିଆ କରିଥିଲା । ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ (୫୧ ରନ୍) ଓ ଇଶାନ କିଷାନ ଅପରାଜିତ ୫୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଶେଷ ଆଡକୁ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୩୭ ରନ୍ ପିଟିଥିଲେ ।
ଦିଲ୍ଲୀ ହାତରେ ଫାଇନାଲ୍ ଖେଳିବା ସୁଯୋଗ
ଦିଲ୍ଲୀ ମ୍ୟାଚ ହାରିଥିଲେ ବି ଫାଇନାଲ୍ ଖେଳିବା ନେଇ ଆଶା ଉଜ୍ଜିବୀତ ଅଛି । ଆସନ୍ତା ୮ ତାରିଖରେ ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ ଜିତି ଫାଇନାଲ ଟିକେଟ ହାତେଇବା ସୁଯୋଗ ରହିଛି । ହାଇଦ୍ରାବାଦ ଓ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବାକୁ ଥିବା ଏଲିମିନେଚର ମ୍ୟାଚ ବିଜେତା ସହ ଦିଲ୍ଲୀ ଖେଳିବ ଦ୍ୱିତୀୟ କ୍ୱାଲିଫାୟାର ।
BREAKING NEWS
- ମସଜିଦରେ ଚୁମ୍ବନ ଦେଲେ ମୃତ୍ୟୁଦଣ୍ଡ! ସାଉଦି ଆରବରେ ବାଂଲାଦେଶୀ ଦମ୍ପତିଙ୍କୁ ମୃତ୍ୟୁଦଣ୍ଡ ଘଟଣାରେ ଢାକାରେ ଉତ୍ତେଜନା
- ଧମାକାଦାର ପ୍ରଦର୍ଶନ ପରେ ଭାବୁକ ହେଲେ ହରମନପ୍ରୀତ, ଲୁହ ଝରିଲା ଆଖିରୁ
- ଏଲଏନଜି ସଙ୍କଟ ଜାରି, ବିଷାକ୍ତ ହେବ ପାକିସ୍ତାନ ବାୟୁ
- Bhakta Das on Kotia Issue: “କେନ୍ଦ୍ରରେ ସରକାର ବଞ୍ଚାଇବାକୁ ଓଡ଼ିଶାର ସ୍ୱାର୍ଥ ସହ ସାଲିସ୍ କରୁଛି ବିଜେପି”, କୋଟିଆ ପ୍ରସଙ୍ଗରେ ବର୍ଷିଲେ ଭକ୍ତ…
- Governor Celebrates Vijayadashami: ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜ୍ରେ ଦଶହରା ପାଳିଲେ ନୂଆ ରାଜ୍ୟପାଳ, କୁନି ପିଲାଙ୍କ ସହ ବାଣ୍ଟିଲେ ଖୁସି…
- ରାବଣ ନାମରେ ୩୪ଟି ଗାଁ ! ରାଜସ୍ଥାନ ଆଗରେ
- Naveen Backs CJP Leaders: କକ୍ରୋଚ୍ ଜନତା ପାର୍ଟି ସମର୍ଥନରେ ବାହାରିଲେ ନବୀନ ପଟ୍ଟନାୟକ! ଆଶୁତୋଷ ଓ ସୌରଭଙ୍କୁ ତୁରନ୍ତ ମୁକ୍ତ କରିବାକୁ କଲେ ଦାବି
- ଚାଷୀଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମର ‘ବେଦାମୃତ’; ମହୁମାଛି ପାଳନ…
- କିମ ଜୋଙ୍ଗ ଉନଙ୍କ ମୃତ୍ୟୁ ଖବର ଗୁଜବକୁ ଖଣ୍ଡନ କଲା ଉତ୍ତର କୋରିଆ
- ଷ୍ଟାର୍କଙ୍କ ଐତିହାସିକ ରେକର୍ଡ: ୪୫୦ ଟେଷ୍ଟ ୱିକେଟ୍ ନେବାରେ ବିଶ୍ୱର ପ୍ରଥମ ବାମହାତୀ ଦ୍ରୁତ ବୋଲର

Comments are closed.