Latest Odisha News

BREAKING NEWS

ଆମେରିକୀୟ ସାମ୍ବାଦିକାଙ୍କୁ ଆଇପିଏସ୍ ଅରୁଣ ବୋଥ୍ରା କାହିଁକି କହିଲେ ଶିଖିବାକୁ ଓଡ଼ିଶା ଆସ

ଭୁବନେଶ୍ୱର: ସୋସିଆଲ୍ ମିଡିଆ ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟରରେ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଓଡ଼ିଆ ଆଇପିଏସ୍ ଅରୁଣ ବୋଥ୍ରା । କେତେବେଳେ ଅସହାୟଙ୍କୁ ସାହାଯ୍ୟ ନେଇ ତ ଆଉ କେତେବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଖୁଲାସାକୁ ନେଇ ଟାଇମ୍ ଲାଇନକୁ ଟାଣି ହୋଇ ଆସନ୍ତି ଏହି ଚର୍ଚ୍ଚିତ ଆଇପିଏସ୍ । ଏବେ ସୋସିଆଲ୍ ମିଡିଆରେ ଆମେରିକୀୟ ଆଙ୍କରଙ୍କୁ ଅରୁଣ ବୋଥ୍ରାଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା ହେଉଛି ।

IPS Arun Bothra Asks Houston Authorities To Visits Odisha Over American Journalists Erica Simon Tweets

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ଭଲ ଅଭିଜ୍ଞତା ରହିଛି । ମହାବାତ୍ୟା ହେଉ ଅବା ମହାମାରୀ ସବୁ ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତା ଓ ସାହାସର ସହ ମୁକାବିଲା କରିଛି ଓଡ଼ିଶା । ଏହାକୁ ନେଇ ବୋଥ୍ରା ଲେଖିଛନ୍ତି ହଷ୍ଟନ କର୍ତ୍ତୃପକ୍ଷ ଓଡ଼ିଶା ଆସି ବାତ୍ୟା ସହ କିଭଳି ମୁକାବିଲା କରାଯାଏ ଶିକ୍ଷନ୍ତୁ ।

ଆମେରିକୀୟ ଆଙ୍କର ଏରିକା ସିମନଙ୍କ ଏକ ଭିଡିଓ ଟ୍ୱିଟକୁ ରିଟ୍ୱିଟ୍ କରି ଅରୁଣ ବୋଥ୍ରା ଏଭଳି ଲେଖିଛନ୍ତି । ଏରିକା ସିମନ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ କିଛି ଲୋକ ହାତରେ ବାଲଟି ଧରି ପାଣି ପାଇଁ ଧାଡ଼ିରେ ଛିଡ଼ା ହୋଇଛନ୍ତି । ଯେଉଁଥିରେ ଏରିକା ଲେଖିଛନ୍ତି ଏହା ତୃତୀୟ ବିଶ୍ୱ ନୁହେଁ ବରଂ ଟେକ୍ସାସର ହଷ୍ଟନ । ଧାଡ଼ିରେ ଲୋକମାନେ କାହିଁକି ପାଣି ଭରିବା ପାଇଁ ବାଲଟି ଧରି ଛିଡ଼ା ହୋଇଛନ୍ତି ବୋଲି ଏରିକା ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଏଭଳି ଭାବେ ଦେଇଛନ୍ତି ଅରୁଣ ବୋଥ୍ରା ।

Leave A Reply

Your email address will not be published.