Latest Odisha News

BREAKING NEWS

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତର LVA ଟେଷ୍ଟ ନେଇ ଆଜି ଚିଲଡ୍ରେନ କୋର୍ଟରେ ଶୁଣାଣି

ନୟାଗଡ଼: ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଚିଲଡ୍ରେନ କୋର୍ଟରେ ହାଜର ହେବ ଗିରଫ ନାବାଳକ ଅଭିଯୁକ୍ତ । ଅନୁଗୋଳ ବାଳ ସୁଧାର ଗୃହରୁ ତାକୁ କଡ଼ା ସୁରକ୍ଷା ଭିତରେ ଆଣି ନୟାଗଡ଼ ଚିଲଡ୍ରେନ କୋର୍ଟରେ ହାଜର କରାଯିବ । ଅଭିଯୁକ୍ତର LVA ଟେଷ୍ଟ ନେଇ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍(SIT) କରିଥିବା ପିଟିସନର ଶୁଣାଣି ହେବ । ଫେବ୍ରୁଆରି ୧୨ରୁ ଅସଂପୂର୍ଣ୍ଣ ଥିବା ଶୁଣାଣି ଆଜି ପୁଣି ଆରମ୍ଭ କରିବେ ଚିଲଡ୍ରେନ୍ କୋର୍ଟ । ପୂର୍ବରୁ ବ୍ରେନ୍ ମ୍ୟାପିଂ ଟେଷ୍ଟ ପାଇଁ ମନା କରିଥିଲା ଅଭିଯୁକ୍ତ । ଏହାପରେ ଏସଆଇଟି LVA ଟେଷ୍ଟ ପାଇଁ ଆବେଦନ କରିଛି ।

LVA ଟଷ୍ଟ ପାଇଁ ଅଭିଯୁକ୍ତ ସ୍ୱୀକୃତି ଦେବ କି ନାହିଁ ଓ କୋର୍ଟ କି ନିଷ୍ପତ୍ତି ଶୁଣାଇବେ ତାଉପରେ ନଜର ରହିଛି । ଏହା ପୂର୍ବରୁ ଗତକାଲି ଅଭିଯୁକ୍ତର ସ୍ୱୀକାରୋକ୍ତି ନେଇ ଏକ ଭିଡିଓ ସାମନାକୁ ବି ଆସିଥିଲା । ଯେଉଁଥିରେ ସେ ନାବାଳିକାଙ୍କୁ କେମିତି ହତ୍ୟା କରିଥିଲା ? କେମିତି ଓ କେଉଁଠି ନେଇ ଫିଙ୍ଗିଥିଲା ମରଶରୀର ? ସବୁକଥା କହିଥିଲା ଅଭିଯୁକ୍ତ । ଯଦୁପୁର ନାବାଳିକା ହତ୍ୟା ମାମଲାରେ ଏସଆଇଟି ଚାର୍ଜସିଟ ଦାଖଲ କରିଛି ।

Leave A Reply

Your email address will not be published.