Latest Odisha News

BREAKING NEWS

ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ନେଲେ ଆଇପିଏସ ଦୀପକ କୁମାର

ଭୁବନେଶ୍ବର : ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ବ ନେଲେ ଆଇପିଏସ ଦୀପକ କୁମାର । ୨୦୦୪ ବ୍ୟାଚର ଆଇପିଏସ ଅଫିସର ଦୀପକ କୁମାର, ଆଇଜି ନରସିଂହ ଭୋଳଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି । ଏହି ରେଞ୍ଜେର କେଉଁ ପ୍ରସଙ୍ଗ ଉପରେ ଅଧିକ ଫୋକସ କରାଯିବ ତାଉପରେ ଗୁରୁତ୍ବ ଦେଇଛନ୍ତି ଡିଆଇଜି ଦୀପକ କୁମାର ।

ଏହାସହ ମାଓ ସମସ୍ୟା ଉପରେ କେଉଁ ପ୍ରକାର ରଣନୀତି ଗ୍ରହଣ କରାଯିବ, ସେନେଇ ଉତ୍ତରାଞ୍ଚଳର ସମସ୍ତ ଏସପିଙ୍କ ସହ ଆଲୋଚନା କରିଛନ୍ତି । ଖାସକରି ସମସ୍ତ ପ୍ରସଙ୍ଗକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ସେ ବଲାଙ୍ଗିର ଏସପି ଭାବେ କାର୍ଯ୍ୟ କରିଥିଲେ । ତେଣୁ ତାଙ୍କୁ ବିଶେଷ କିଛି ଅସୁବିଧା ହେବନାହିଁ ବୋଲି ଡିଆଇଜି ଦୀପକ କୁମାର କହିଛନ୍ତି । ଦାୟିତ୍ବ ଗ୍ରହଣ ସମୟରେ ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ସୁବର୍ଣ୍ଣପୁର ଏସପି ଉପସ୍ଥିତ ଥିଲେ ।

Leave A Reply

Your email address will not be published.