ଭୁବନେଶ୍ବର: ସାଗରିକା ନାଥ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଏସପି ଭାବେ ନିଯୁକ୍ତ ହୋଇଛନ୍ତି । ତୁରନ୍ତ ରିଲିଭ୍ କରିବା ପାଇଁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା ଗୃହ ମନ୍ତ୍ରାଳୟ । ୨୦୧୬ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ସାଗରିକା ନାଥ ।
ବର୍ତ୍ତମାନ ଖୋର୍ଦ୍ଧା ଏସପି ଭାବେ ସାଗରିକା ନାଥ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ସେ ବାଲେଶ୍ବର ଏବଂ ସୁନ୍ଦରଗଡ଼ରେ ଏସପି ଭାବେ କାମ କରି ପ୍ରଶଂସା ପାଇଛନ୍ତି ।

ଓଡ଼ିଆ ଆଇପିଏସ୍ ଅଧିକାରୀ ସାଗରିକା ନାଥ ନିଷ୍ଠାପର ସେବା ଓ ସାହସିକତା ପାଇଁ ସାରା ଓଡ଼ିଶାରେ ବେଶ୍ ଚର୍ଚ୍ଚିତ । କମିଶନରେଟ୍ ପୋଲିସରେ ଥିବା ବେଳେ ନିଜର ଉତ୍ତମ ବ୍ୟବହାର ଓ ଟ୍ରାଫିକ୍ ନିୟକ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।
ସୂଚନାଯୋଗ୍ୟ, ସାଗରିକାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ । ସେ ଦାମନଯୋଡ଼ି ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ରୁ ମାଟ୍ରିକ୍ ପାସ୍ ପରେ ବିଶାଖାପାଟଣାରେ ଯୁକ୍ତ ଦୁଇ ପଢ଼ିଥିଲେ । ଭୁବନେଶ୍ୱର ସ୍ଥିତ ସିଇଟିରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିବା ପରେ ୟୁପିଏସସି ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୧୬ ମସିହାରେ ଆଇପିଏସ୍ ଚାକିରିରେ ଯୋଗଦେଇଥିଲେ।
Comments are closed.