Latest Odisha News

BREAKING NEWS

ଆଇକୋ ୩ ୫ଜି: ଭାରତରେ ଲଞ୍ଚ ହେଲା ଏହି ୫ଜି ଫୋନ, ଜାଣନ୍ତୁ ଏହାର ଦାମ ଓ ଫିଚର୍ସ

ନୂଆଦିଲ୍ଲୀ: ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ‘ ରିୟଲମି’ ତାର ନୂଆ ୫ଜି ସ୍ମାର୍ଟଫୋନ ରିୟଲମି ଏକ୍ସ୫୦ପ୍ରୋ ଲଞ୍ଚ କରିବାର ଗୋଟିଏ ଦିନ ପରେ ଆଜି ମଙ୍ଗଳବାର ଦିନ ଭିଭୋର ସବ-ବ୍ରାଣ୍ଡ ଆଇକୋ ଭାରତରେ ଆଜି ତାର ୫ଜି ସ୍ମାର୍ଟଫୋନ ଲଞ୍ଚ କରିଛି | ଏହା ରିୟଲମି ଏକ୍ସ୫୦ପ୍ରୋ ପରି ସ୍ନାପଡ୍ରାଗନ ୮୬୫ ପ୍ରୋସେସର ବ୍ୟବହାର କରାଯାଇଛି | ଏହା ଛଡା ଏହି ଫୋନରେ ପଛ ଭାଗରେ ଚାରୋଟି ରିୟର କ୍ୟାମେରା ଦିଆଯାଇଛି | ଆସନ୍ତୁ ଜାଣିବା କଣ ରହିଛି ଏହାର ଫିଚର୍ସ, ଦାମ ଓ ଉପଲବ୍ଧ ସମ୍ପର୍କରେ |

ଆଇକୋ ୩ ର ଫିଚର୍ସ:

ଏହାର ଡିସପ୍ଲେ ୬.୪୪ ଇଞ୍ଚ ଫୁଲ ଏଚଡ଼ି + ଅମୋଲେଡ଼ ଡିସ୍ପଲେ, ବ୍ରାଇଟନେସ ୮୦୦ ନେଟସ ଓ ରେସ୍ପନ୍ସ ରେଟ ୧୮୦ ହର୍ସ | ଆଇକୋ ୩ ଏଲପିଡିଡିଆର୫ ରାମ ସହ ୟୁଏଏଫଏସ ୩.୧ ଷ୍ଟୋରେଜ | କମ୍ପାନୀ ଦାବୀ କରିଛି ଯେ ୟୁଏଏଫଏସ ୩.୧ ସହ ୧.୨ଜିବିପିଏସ୍ ପର୍ଯ୍ୟନ୍ତ ଟ୍ରାନ୍ସଫର ସ୍ପୀଡ଼ ମିଳିବ | ସ୍ପୀଡ଼ ଓ ମଲ୍ଟି ଟାସ୍କକିଙ୍ଗ ପାଇଁ ଆଇକୋ ୩ କ୍ୱାଲକମ ସ୍ନାପଡ୍ରାଗନ ୮୬୫ ପ୍ରୋସେସର ସହ ଗ୍ରାଫିକ ପାଇଁ ଏଡେନୋ ୬୫୦ ଜିପିୟୁ ବ୍ୟବହାର କରାଯାଇଛି | ସେହିପରି ବ୍ୟାଟେରୀ କ୍ଷମତା ୪,୪୦୦ ଏମଏଚ ଦିଆଯାଇଛି | ଏହା ୫୫ ୱାଟ ଫାଷ୍ଟ ଚାରଜିଙ୍ଗ ସପୋର୍ଟ ସହ ଆସିବ | ଏହି ଫୋନକୁ ୧୫ ମିନିଟ ଚାର୍ଜ କଲେ ୫୦ ପ୍ରତିଶତ ଚାର୍ଜ ହେବ | ଆଇକୋ ୩ ନୂଆ ମାଷ୍ଟର ଟଚ ବଟନ ଛଡା ଅଲ୍ଟ୍ରା ଗେମ ମୋଡ଼ ମଧ୍ୟ ସାମିଲ ଅଛି | ସେହିପରି ସଫ୍ଟୱେର କଥା କହିବା ତ ଏହି ବ୍ରାଣ୍ଡ ଲାଟେଷ୍ଟ ସ୍ମାର୍ଟଫୋନ ଏଣ୍ଡରଏଡ଼୧୦ ଅଧାରୀତ ଆଇକୋ ୟୁଆଇ ରେ ଚାଲିବ |

ଏହି ଫୋନ ନୂଆ ମାଷ୍ଟର ମୋଡ଼ ସହ ଆସୁଛି ଯାହା ସ୍ମୁଥ ଗେମିଙ୍ଗ ଏକ୍ସପେରିଏନ୍ସ ପାଇଁ ଫୋନ ର ପରଫରମାନ୍ସ କୁ ଏନହାନ୍ସ କରିଥାଏ | ୟୁଜର ଇଣ୍ଟରଫେସ ରେ ୟୁଜର କୁ ଏପ ଡ୍ରୱର ସପୋର୍ଟ ମିଳିବ , ଏହା ଛଡା ୟୁଜର ହୋମ-ସ୍କ୍ରିନ ନ୍ୟାଭିଗେସନ ଓ ଏପ ଡ୍ରୱର ନ୍ୟାଭିଗେସନ ଅପ୍ସନ ରେ କାହାକୁ ବି ଚୟନ କରିପାରିବେ |

ଆଇକୋ ୩ ର କ୍ୟାମେରା:

ଆଇକୋ ୩ ର କ୍ୟାମେରା ସେଟଅପ ସମ୍ପର୍କରେ କହିଲେ, ପଛ ଭାଗରେ କ୍ୱାର୍ଡ ରିୟର କ୍ୟାମେରା ସେଟଅପ ଦିଆଯାଇଛି | ଏଥିରେ ୪୮ ମେଗାପିକ୍ସେଲ ପ୍ରାଇମ କ୍ୟାମେରା ସେନ୍ସର, ୨୦×ଜୁମ ସହ ୧୩ ମେଗାପିକ୍ସେଲ ଟେଲିସ୍କୋପିକ କ୍ୟାମେରା ସେନ୍ସର, ୧୩ ମେଗାପିକ୍ସେଲ ୱାଇଡ଼ ଏଙ୍ଗେଲ ଲେନ୍ସ ଓ ୨ ମେଗାପିକ୍ସେଲ ଡେପଥ କ୍ୟାମେରା ସେନ୍ସର ଦିଆଯାଇଛି | କମ ଲାଇଟ ପାଇଁ ଫୋନରେ ସୁପର ନାଇଟ ମୋଡ଼ ଦିଆଯାଇଛି | ସେଲ୍ଫି ଓ ଭିଡ଼ିଓ କଲିଙ୍ଗ ପାଇଁ ୧୬ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ସେନ୍ସର, ଅପଚର ଏଫ/୨.୪୫ ଅଟେ | ଏହା ଛଡା ୪କେ ଭିଡିଓ ରେକର୍ଡ଼ିଂ ସପୋର୍ଟ ଦିଆଯାଇଛି |

ଆପଣଙ୍କ ଜାଣିବା ପାଇଁ କହିଦେଉଛୁ କି ଏହି ଫୋନ ବିକ୍ରୀ ଆଗାମୀ ମାର୍ଚ୍ଚ ୪ ଠାରୁ ଇ-କମର୍ସ କମ୍ପାନୀ ସାଇଟ ଫ୍ଲିପକାର୍ଟ ରେ ହେବ | ଏହି ସ୍ମାର୍ଟଫୋନ ନୂଆ ଆଇକୋ କେୟାର ଫିଚର୍ସ ସହ ଆସିବ | କମ୍ପାନୀ କହିଛି ଯେ ଏହା ଫ୍ରି ରେ ପିକ ଓ ଡ୍ରପ ସୁବିଧା ରେ ମିଳିବ | ଏହା କ୍ୱାଣ୍ଟମ ସିଲଭର, ଭାଲକାନୋ ଅରେଞ୍ଜ ଓ ଟରନାଡୋ ବ୍ଲାକ ରେ ଆସିବ |

ଭାରତରେ ଆଇକୋ ୩ ୫ଜି ଦାମ :

ଆଇକୋ ୩ ର ୪ଜି ର ୮ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜ ର ଦାମ ୩୬,୯୯୯ ଟଙ୍କା, ୧୨ଜିବି ରାମ ଓ ୨୫୬ ଜିବି ଷ୍ଟୋରେଜ ର ଦାମ ୩୯,୯୯୯ ଟଙ୍କା | ସେହିପରି ୫ଜି ମଦେଲର ଦାମ ୪୪,୯୯୯ ଟଙ୍କା ରଖାଯାଇଛି |

କଣ ରହିଛି ଅଫର:

ଆଇକୋ ୩ ସହ ମିଳିଥିବା ଅଫର ହେଉଛି, ଆଇସିଆଇସି ବ୍ୟାଙ୍କ କ୍ରେଡିଟ ଓ ଡେବିଟ କାର୍ଡ ଉପରେ ୩,୦୦୦ ଟଙ୍କା କ୍ୟାସବ୍ୟକ ମିଳିବ | ଗ୍ରାହକଙ୍କ ସୁବିଧା ପାଇଁ ବିନା ସୁଧରେ ଇଏମଆଇ ଓ ରିଲାଏନ୍ସ ଜିଓ ତରଫରୁ ୧୨,୦୦ ଟଙ୍କାର ସୁବିଧା ଦିଆଯିବ |

Comments are closed.