Latest Odisha News

ଆମେରିକା ସହ ବିବାଦ ବଢ଼ିବା ପରେ ଇରାନ ଲଂଚ କଲା ୨ଟି ମିଶାଇଲ

ତେହେରାନ୍‌:ଆମେରିକା ଓ ଇରାନ ମଧ୍ୟରେ ଉପୁଜିଥିବା ବିବାଦ କମିବାର ନାମ ଧରୁନି । ଏହି ଅବସରରେ ଗୁରୁବାର ଇରାନ ବିଶ୍ୱକୁ ତାର ସାମରିକ କ୍ଷମତା ଦେଖାଇବା ପାଇଁ ୨ଟି ଶକ୍ତିଶାଳୀ ମିଶାଇଲ ଲଂଚ କରିଛି । ଗତ ବର୍ଷ ଆମେରିକା ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜେନେରାଲ କାସିମ ସୁଲେମାନୀ ଓ ଅବୁ ମେହନ୍ଦୀ ଅଲ ମୁହନ୍ଦିସଙ୍କ ନାମରେ ଏହି ମିଶାଇଲକୁ ନାମିତ କରାଯାଇଛି ।

ସୁଲେମାନୀ ମିଶାଇଲ ଭୂପୃଷ୍ଠରୁ ଭୂପୃଷ୍ଠ ଟାର୍ଗେଟ କରିବା କ୍ଷମତା ରଖିଛି । ଏହା ୧୪୦୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ କରିପାରିବ । ସେହିପରି ଅବୁ ମହନ୍ଦୀ ମିଶାଇଲ ନୌସେନାରେ ସାମିଲ କରାଯିବ । ଏହା ଏକ କ୍ରୁଜ ମିଶାଇଲ ଏବଂ ୧୦୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ କରିପାରିବ । ଏହା ବ୍ୟତୀତ ଅନ୍ୟ କେତେଗୁଡିଏ ସାମରିକ ସାମଗ୍ରୀ ମଧ୍ୟ ସେନାରେ ସାମିଲ କରିଛି ।

Leave A Reply

Your email address will not be published.