Latest Odisha News

BREAKING NEWS

କେତେ ଆଗେଇଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ?

ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ଏଥିପାଇଁ IIT ମାଡ୍ରାସ, L&T ଓ CBRI Roorkeeରୁ ଦକ୍ଷ ଇଂଜିନିଅରଙ୍କୁ ନିୟୋଜିତ କରାଯାଇଛି । ପ୍ରାଥମିକ ସ୍ତରରେ ଇଂଜିନିଅରମାନେ ମନ୍ଦିର ନିର୍ମାଣ ସ୍ଥାନରୁ ମାଟି ସଂଗ୍ରହ କରି ଯାଂଚ କରୁଛନ୍ତି । ୪ ବର୍ଷରୁ କମ୍ ସମୟ ମଧ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବା ନେଇ ମନ୍ଦିର ଟ୍ରଷ୍ଟ ତରଫରୁ ପ୍ରକାଶ ପାଇଛି ।

ତେବେ ଆଧୁନିକ ନୁହେଁ ବରଂ ପ୍ରାଚୀନ ଓ ପାରମ୍ପରିକ ନିର୍ମାଣ ଶୈଳୀରେ ମନ୍ଦିର ନିର୍ମାଣ ହେବା ନେଇ ନିଶ୍ଚିତ ହୋଇଛି । ପ୍ରାକୃତିକ ଦୁର୍ବିପାକ ଓ ଭୂମିକମ୍ପରେ ମନ୍ଦିର ଯେପରି ସୁରକ୍ଷିତ ରହିବ, ସେ ନେଇ ବିଶେଷ ଜ୍ଞାନକୌଶଳର ସହାୟତା ନିଆଯିବ । ସବୁଠୁ ଗୁୁରୁତ୍ୱପୂର୍ଣ୍ଣ କଥା ହେଉଛି ରାମ ମନ୍ଦିର ନିର୍ମାଣରେ ଆଦୌ ଲୁହା ଛଡ ବ୍ୟବହାର ହେବ ନାହିଁ । ତେବେ ବହୁଳ ମାତ୍ରାରେ ଏକ ନିର୍ଦ୍ଧିଷ୍ଟ ଆକାରର ତମ୍ବାର ପ୍ଲେଟ୍ ବ୍ୟବହାର ହେବା ନେଇ ସୂଚନା ରହିଛି ।

Leave A Reply

Your email address will not be published.