Latest Odisha News

BREAKING NEWS

୨୦୨୭ ଏସିଆନ୍ କପ୍ ଫୁଟବଲ ପାଇଁ ଭାରତର ବିଡ୍ ଦାଖଲ: ୧୧ ସହର ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ୱର: ୨୦୨୭ ଏସିଆନ୍ କପ ଫୁଟବଲ ଟୁର୍ଣ୍ଣାମେଂଟ ପାଇଁ ଭାରତ ବିଡ୍ ଦାଖଲ କରିଛି । ଏସୀୟ  ଫୁଟବଲ ମହାସଂଘ ଏହା ଘୋଷଣା କରିଛି । ୧୧ ସହରର ୧୨ଟି ଷ୍ଟାଡିୟମରେ ମ୍ୟାଚଗୁଡିକର ଆୟୋଜନ ପାଇଁ ଚୟନ କରାଯାଇଛି । ଏଥିରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସ୍ଥାନ ପାଇଛି । ଟୁର୍ଣ୍ଣାମେଂଟର ଆୟୋଜନ ପାଇଁ ୩୧୮.୬୫କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି ।

କଳିଙ୍ଗ ଷ୍ଟାଡିୟମ ପାଇଁ ୭ କୋଟି ବଜେଟ ରଖାଯାଇଛି । ଭୁବନେଶ୍ୱର ବ୍ୟତୀତ ଅହମ୍ମଦାବାଦ, ଗୌହାଟୀ, ଗୋଆ, ହାଇଦ୍ରାବାଦ, କୋଲକାତା, କୋଚି, ନଭି ମୁମ୍ବାଇ, ନୂଆଦିଲ୍ଲୀ, ଥିରୁଅନନ୍ତପୁରମ, ପୁଣେ ତାଲିକାରେ ରହିଛି । ଭାରତ ସମେତ ଇରାନ, କାତାର ଓ ସାଉଦି ଆରବ ମଧ୍ୟ ଏଥିପାଇଁ ବିଡ୍ ଦାଖଲ କରିଛନ୍ତି । ସବୁଠାରୁ ଅଧିକ ବ୍ୟୟ ଅଟକଳ କାତାର ୧୩୭ ମିଲିୟନ ଡଲାର ରଖିଛି ।

Leave A Reply

Your email address will not be published.