Latest Odisha News

ଦୁବାଇରେ ପରଫର୍ମାନ୍ସ କରିବେ ଉର୍ବଶୀ, ୧୫ ମିନିଟକୁ ୪କୋଟି

ମୁମ୍ବାଇ:ବଲିଉଡ ଫିଲ୍ମ ଅଭିନେତ୍ରୀ ଉର୍ବଶୀ ରୌତାଲାଙ୍କୁ ଦୁବାଇରେ ପରଫର୍ମାନ୍ସ କରିବା ପାଇଁ ସୁଯୋଗ ମିଳିଛି । ୩୧ ଡିସେମ୍ବର ରାତିରେ ସେ ଫାଇଭ ଷ୍ଟାର ହୋଟେଲ ପାଲାଜୋ ଭସର୍ସରେ ଏହି ଶୋ କରିବେ । ରିପୋର୍ଟ ମୁତାବକ ଉର୍ବଶୀଙ୍କ ମାତ୍ର ୧୫ ମିନିଟ ଶୋ ପାଇଁ ୪ କୋଟି ଟଙ୍କା ମିଳିବ । ମୋତେ ଇଜିପ୍ଟର ଷ୍ଟାର ଅଭିନେତା ମହମ୍ମଦ ରମଦାନଙ୍କ ସହ ପରଫର୍ମାନ୍ସ କରିବା ସୁଯୋଗ ମିଳୁଥିବାରୁ ବ୍ୟକ୍ତିଗତ ଭାବେ ଖୁସି ଅଛି ବୋଲି ସେ କହିଛନ୍ତି ।

ରମଦାନ ମଧ୍ୟ ଉର୍ବଶୀଙ୍କୁ ଏହି ଅବସରରେ ପ୍ରଶଂସା କରିଛନ୍ତି । ବଲିଉଡରେ ଶାହାରୁଖ ଖାଁଙ୍କ ବ୍ୟତୀତ ମୁଁ ଉର୍ବଶୀଙ୍କୁ ଚିହ୍ନିଛି । ଖୁବ୍ ଶୀଘ୍ର ସେ ହଲିଉଡ ପ୍ରୋଜେକ୍ଟରେ କାମ କରୁଥିବା ଦେଖିବାକୁ ମିଳିବ ବୋଲି ଇଜିପ୍ଟ ଷ୍ଟାର ଜଣକ କହିଛନ୍ତି । ଉର୍ବଶୀ ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଶଂସକମାନଙ୍କ ସହ ସିଧାସଳଖ ଆଲୋଚନା କରିବେ । ଏ ନେଇ ସେ ସୋସିଆଲ ସାଇଟରେ ସୂଚନା ମଧ୍ୟ ଦେଇଛନ୍ତି ।

Leave A Reply

Your email address will not be published.