Latest Odisha News

BREAKING NEWS

Iran Plans Bounty For Trump, Netanyahu: ‘୫୬୦ କୋଟି ନିଅ…ଟ୍ରମ୍ପ-ନେତାନ୍ୟାହୁଙ୍କୁ ସଫା କରିଦିଅ…’

ନୂଆଦିଲ୍ଲୀ: ମୂଳୁ ମାରିଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି

ଇରାନର ଯୋଜନା ଶୁଣିଲେ ଉଡିଯିବ ହୋସ

ଟ୍ରମ୍ପ ଏବଂ ନେତାନ୍ୟାହୁଙ୍କୁ ମାରିବାକୁ ଦେଉଛି ସୁପାରୀ କିଲିଂ!

ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଏବେ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିବା ପରି ମନେ ହେଉଛି। ଇରାନ ଏବେ କିଛି ସାଂଘାତିକ ଯୋଜନା କରୁଛି, ଯାହା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଏନେଇ ଏକ ରିପୋର୍ଟ ବଡ ଖୁଲାସା କରିଛି । ରିପୋର୍ଟ ଅନୁଯାୟୀ, ଇରାନ ଏକ ଅନନ୍ୟ ଅଭ୍ୟାସରେ ନିୟୋଜିତ ଅଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଯିଏ ବି ଜୀବନରୁ ମାରିଦେବ, ତାକୁ କୋଟି କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଅଛି ଇରାନ । ରିପୋର୍ଟରେ ଦାବି କରାଯାଇଛି ଯେ ଏନେଇ ଇରାନ ସଂସଦରେ ଏକ ବିଲ୍ ଆଗତ କରାଯାଉଛି। ଏହି ଦାବି ଏପରି ଏକ ସମୟରେ ଆସିଛି, ଯେତେବେଳେ ଇରାନ ଶାନ୍ତି ପ୍ରସ୍ତାବ ଦେଇଚାଲିଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ଖାରଜ କରି ଚାଲିଛନ୍ତି । ଯାହାକୁ ନେଇ ଖୋଲାଖୋଲି ଭାବରେ ପ୍ରତିଶୋଧ ନେବାର ଚେତାବନୀ ଦେଇ ଚାଲିଛି ଇରାନ । ଆଉ ଏବେ ଏହି ଦାବି ସ୍ପଷ୍ଟ କ୍ରୁଛି ଯେ, ଇରାନ ଏବେ ଆମେରିକା ଏବଂ ଇସ୍ରାଏଲ ସହ ଚାଲିଥିବା ଟେନସନ୍ ମୂଳରୁ ସଫା କରିବାକୁ ଚାହୁଁଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ହତ୍ୟା କରିବା ପାଇଁ ଇରାନ କାଳେ ୫୬୦ କୋଟିର ପୁରସ୍କାର ରାଶି ଘୋଷଣା କରିବାକୁ ଯୋଜନା କରିଛି । ଇରାନୀ ସଂସଦର ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତି କମିଟିର ଅଧ୍ୟକ୍ଷ ଇବ୍ରାହିମ୍ ଅଜିଜି ଘୋଷଣା କରିଛନ୍ତି ଯେ କମିଟି “ଇସଲାମିକ୍ ଗଣରାଜ୍ୟର ସାମରିକ ଏବଂ ସୁରକ୍ଷା ବାହିନୀ ଦ୍ୱାରା ପ୍ରତିଶୋଧ” ଶୀର୍ଷକ ଏକ ବିଲ୍ ପ୍ରସ୍ତୁତ କରୁଛି। ଇରାନ ୱାୟର ଏବଂ ଦି ଟେଲିଗ୍ରାଫ ୟୁକେରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଲ୍‌ରେ ଆମେରିକା ଏବଂ ଇସ୍ରାଏଲୀ ନେତାମାନଙ୍କୁ ହତ୍ୟା କରୁଥିବା ଯେକୌଣସି ବ୍ୟକ୍ତି କିମ୍ବା ସଂଗଠନକୁ ୫୦ ନିୟୁତ ୟୁରୋ, ଭାରତୀୟ ମୁଦ୍ରାରେ ପ୍ରାୟ ୫୬୦ କୋଟି ପାଖାପାଖି ଟଙ୍କା ପ୍ରଦାନ କରିବାର ପ୍ରସ୍ତାବ ରହିଛି। ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୮ ରେ ତେହେରାନରେ ହୋଇଥିବା ଆକ୍ରମଣର ଜବାବରେ ଇରାନ ସଂସଦ ଏହି ବିଲ୍ ଉପରେ ଭୋଟ୍ ଦେଇପାରେ ଯେଉଁଥିରେ ତତ୍କାଳୀନ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କୁ ହତ୍ୟା କରାଯାଇଥିଲା। ତଥାପି ଏନେଇ ସାର୍ବଜନୀନ ଘୋଷଣା ହୋଇନାହିଁ ।

ଇରାନ ୱାୟର ଅନୁଯାୟୀ, ଇବ୍ରାହିମ ଅଜିଜି କହିଛନ୍ତି ଯେ ଟ୍ରମ୍ପ, ନେତାନ୍ୟାହୁ ଏବଂ ଆମେରିକା କେନ୍ଦ୍ରୀୟ କମାଣ୍ଡ (CENTCOM) କମାଣ୍ଡର ଆଡମିରାଲ ବ୍ରାଡ କୁପରଙ୍କୁ ଅଲି ଖାମେନେଇଙ୍କ ହତ୍ୟାରେ ସେମାନଙ୍କର କଥିତ ଭୂମିକା ପାଇଁ ପ୍ରତିଶୋଧ ନେବା ପାଇଁ ଟାର୍ଗେଟ କରାଯିବା ଉଚିତ। ଏହି ସମୟରେ, ଇରାନର ଜାତୀୟ ସୁରକ୍ଷା କମିଶନର ଅନ୍ୟ ଜଣେ ସଦସ୍ୟ ମହମୁଦ ନାବାଭିଆନ ମଧ୍ୟ କହିଛନ୍ତି ଯେ ସଂସଦ ଖୁବ୍ ଶୀଘ୍ର ଟ୍ରମ୍ପ ଏବଂ ନେତାନ୍ୟାହୁଙ୍କୁ ନର୍କକୁ ପଠାଉଥିବା ବ୍ୟକ୍ତିଙ୍କ ପାଇଁ ପୁରସ୍କାର ରାଶି ସ୍ଥିର କରିବା ଉପରେ ଭୋଟ୍ ଦେବ।

ତେବେ ପୂର୍ବରୁ ସରକାର ସମର୍ଥକ ଗଣମାଧ୍ୟମ ମାସାଫ୍ ଦାବି କରିବାର କିଛି ଦିନ ପରେ ଏହି ପୁରସ୍କାର ଯୋଜନାର ଖବର ଆସିଛି । ଯେଉଁଥିରେ ଦାବି ହୋଇଥିଲା ଯେ ଇସଲାମିକ ଶାସନ “ଟ୍ରମ୍ପଙ୍କୁ ହତ୍ୟା କରନ୍ତୁ” ନାମକ ଏକ ଅଭିଯାନ ପାଇଁ ୫୦ ନିୟୁତ ଡଲାର ଆବଣ୍ଟନ କରିଛି। ପୂର୍ବରୁ, ଇରାନ-ସମର୍ଥିତ ସାଇବର ଯୁଦ୍ଧ ଗୋଷ୍ଠୀ ହାଣ୍ଡାଲା ମଧ୍ୟ ଦାବି କରିଥିଲା ଯେ “ଦମନ ଏବଂ ଦୁର୍ନୀତିର ମୁଖ୍ୟ ଅପରାଧୀ” ଟ୍ରମ୍ପ ଏବଂ ନେତାନ୍ୟାହୁଙ୍କୁ ନିପାତ କରିବା ପାଇଁ ୫୦ ନିୟୁତ ଡଲାର ବ୍ୟୟବରାଦ କରିଛି।

Leave A Reply

Your email address will not be published.