Latest Odisha News

BREAKING NEWS

ପୁଣି ଇରାନର ଫୋର୍ଡୋରେ ଥିବା ଭୂତଳ ପରମାଣୁ କେନ୍ଦ୍ର ଉପରକୁ ଆକ୍ରମଣ: ଆଇଏଇଏ କହିଲା, ‘ଭାରୀ କ୍ଷତି ସହିବ’

ନୂଆଦିଲ୍ଲୀ: ଆମେରିକାର ଆକ୍ରମଣ ପରେ ଏବେ ତୀବ୍ର ହୋଇଛି ଇରାନ ଇସ୍ରାଏଲ ଯୁଦ୍ଧ । ରକ୍ତ ଚାଉଳ ଚୋବାଉଥିବା ଇରାନ ଏବେ ଇସ୍ରାଏଲ ଉପରେ ୫୫୦ କ୍ଷେପଣାସ୍ତ୍ର ବର୍ଷା କରିସାରିଲାଣି । ଯେଉଁଥିରେ ଅତିଷ୍ଟ ହୋଇ ଆଜି ସକାଳେ ପୁଣି ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି । ଯେଉଁଥିରେ ଇରାନର ଫୋର୍ଡୋରେ ଥିବା ଭୂତଳ ପରମାଣୁ କେନ୍ଦ୍ର ଉପରେ ପୁଣି ଥରେ ଆକ୍ରମଣ କରିଛି ଇସ୍ରାଏଲ । ଏପି ଇରାନର ସରକାରୀ ଟେଲିଭିଜନକୁ ଏହି ଖବର ଦେଇଛି।  ଯାହା ପୂର୍ବରୁ ଥରେ ଇସ୍ରାଏଲ ଏବଂ ପରେ ଆମେରିକାର ଶିକାର ହୋଇସାରିଛି । ଏହି ଖବର ଏପରି ସମୟରେ ଆସିଛି ଯେତେବେଳେ ଜାତିସଂଘର ପରମାଣୁ ନିରୀକ୍ଷଣ ସଂସ୍ଥାର ମୁଖ୍ୟ ସୋମବାର କହିଛନ୍ତି ଯେ ଏହି ସପ୍ତାହାନ୍ତରେ ଅତ୍ୟାଧୁନିକ ବଙ୍କର-ବଷ୍ଟର ବୋମା ସହିତ ଆମେରିକାର ବାୟୁ ଆକ୍ରମଣ ପରେ ଫୋର୍ଡୋରେ ଥିବା ଇରାନର ଭୂତଳ ସ୍ଥାପନ “ଅତ୍ୟନ୍ତ ଭାରୀ କ୍ଷତି” ସହିବାର ସମ୍ଭାବନା ଅଛି ।

ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ମୁଖ୍ୟ ରାଫେଲ ମାରିଆନୋ ଗ୍ରୋସି ଭିଏନାରେ ଏନେଇ ବିବୃତ୍ତି ଦେଇ କହିଛନ୍ତି, ବ୍ୟବହୃତ ବିସ୍ଫୋରକ ଅର୍ଡନାନ୍ସ ଏବଂ ସେଣ୍ଟ୍ରିଫ୍ୟୁଜର ଅତ୍ୟନ୍ତ କମ୍ପନ ସମ୍ବେଦନଶୀଳ ପ୍ରକୃତିକୁ ଦେଖି, ଭାରୀ କ୍ଷତି ଆଶା କରାଯାଉଛି। । ଏହି ସମୟରେ, IAEA ସମେତ କେହି ଫୋର୍ଡୋରେ ଭୂତଳ କ୍ଷତିର ସମ୍ପୂର୍ଣ୍ଣ ମୂଲ୍ୟାଙ୍କନ କରିବା ସ୍ଥିତିରେ ନାହାନ୍ତି । କିନ୍ତୁ କ୍ଷତି ବଡ ବୋଲି ଆଶା କରାଯାଉଛି ।

ଅନ୍ୟପକ୍ଷରେ ଇସ୍ରାଏଲୀ ସେନା କହିଛି ଯେ ସୋମବାର ସକାଳେ ଇରାନରେ ଏହାର ଏକ ଡ୍ରୋନକୁ ଗୁଳି କରି ଖସାଇ ଦେଇଛି। ସେନା ଏହା ମଧ୍ୟ କହିଛି ଯେ ୧୫ ଟି ଲଢ଼ୁଆ ବିମାନ ଇରାକ ସୀମାନ୍ତ ପଶ୍ଚିମ ଇରାନରେ କ୍ଷେପଣାସ୍ତ୍ର ଲଞ୍ଚର ଏବଂ ସଂରକ୍ଷଣ ସ୍ଥାନ ଉପରେ ଆକ୍ରମଣ କରିଛି। ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ବିଳମ୍ବିତ ରାତିରେ କହିଛନ୍ତି ଯେ ଇସ୍ରାଏଲ ଇରାନର ପରମାଣୁ ଏବଂ କ୍ଷେପଣାସ୍ତ୍ର ବିପଦକୁ ଦୂର କରିବା ପାଇଁ “ତାଙ୍କର ଲକ୍ଷ୍ୟ ହାସଲ କରିବାର ବହୁତ ନିକଟତର”।

ତେବେ କହିରଖୁଛୁ, ଆମେରିକା ଇରାନର ତିନୋଟି ପରମାଣୁ ପ୍ଲାଣ୍ଟ ଉପରେ ବୋମା ପକାଇଛି। ଆମେରିକାର ଆକ୍ରମଣ ପରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆକ୍ରମଣଗୁଡ଼ିକ ଇରାନର ତିନୋଟି ପରମାଣୁ ସମୃଦ୍ଧ ପ୍ଲାଣ୍ଟକୁ “ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ” କରିଛି। ତଥାପି, ସାଟେଲାଇଟ୍ ଚିତ୍ର ଏପର୍ଯ୍ୟନ୍ତ ଏହି ଦାବିକୁ ନିଶ୍ଚିତ କରିନାହିଁ। ଯଦିଓ ପରମାଣୁ ସ୍ଥଳଗୁଡ଼ିକରେ ବହୁତ କ୍ଷତି ଦେଖାଯାଉଛି, ତଥାପି କିଛି ଅଂଶ ସୁରକ୍ଷିତ ଅଛି। ଇରାନର ଭୂତଳ ପରମାଣୁ ସ୍ଥାପନ ଉପରେ ଆମେରିକାର ଆକ୍ରମଣ କେତେ ପ୍ରଭାବ ପକାଇଛି ସେ ବିଷୟରେ ଅନିଶ୍ଚିତତା ରହିଛି।

Comments are closed.