ଆମେରିକା ଉପରେ ଆକ୍ରମଣ ପରେ ଆକ୍ରମଣ କରି ଚାଲିଛି ଇରାନ୍ । ରହି ରହି କରୁଛି ରକେଟ ମାଡ । ତେବେ ଏଥର ଏହି ରକେଟ ମାଡର ଶିକାର ହୋଇଛି ଇରାକ । ଆମେରିକା ସୈନ୍ୟ ଠିକଣାକୁ ନିଶାନା କରି ଇରାନ ପୁଣିଥରେ ରକେଟ ମାଡ କରିଛି । ତେବେ ଏହା ଆମେରିକା ବଦଳରେ ଇରାକ ଏୟାରବେସ୍ ଉପରେ ପଡିଛି । ଏନେଇ ନ୍ୟୁଜ୍ ଏଜେନ୍ସି ଏଏଫ୍ପି ସୂଚନା ଦେଇଛି ।
ବିମାନ ବନ୍ଦରରେ ଥିବା ଇରାକ ଏୟାରବେସ୍ ଉପରେ ରକେଟ ମାଡ ହୋଇଛି । ତେବେ ଏହି ଆକ୍ରମଣରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।
ପୂର୍ବରୁ ଇରାକ ଏୟାରବେସ୍ ଉପରେ ଇରାନ ମୋଟ ୮ଟି ରେକଟ ମାଡ କରିସାରିଛି । ଏଥିରୁ ୭ଟି ରନ୍ୱେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଇରାକ ରାଜଧାନୀ ବାଗଦାଦଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଥିବା ବିମାନବନ୍ଦରରେ ଏହି ଆକ୍ରମଣ ହୋଇଛି । ସେହିପରି ଜାନୁଆରୀ ୫ରେ ମଧ୍ୟ ବାଗଦାଦର ଗ୍ରୀନ୍ ଜୋନରେ ଇରାନ ସମର୍ଥକ ମିଳିସିଆ କୁତ୍ୟୁଶା ରକେଟ ଆକ୍ରମଣ ହୋଇଥିଲା । କିଛି ରକେଟ ଆମେରିକା ଦୂତାବାସ ଉପରେ ମଧ୍ୟ ପଡିଥିଲା ।
ଇରାନର କୁର୍ଦ୍ଦୁଶ କମାଣ୍ଡର କାସିମ ସୁଲେମାନିର ମୃତ୍ୟୁ ପରେ ପ୍ରତିଶୋଧ ପରାୟଣ ହୋଇଛି ଇରାନ । ପ୍ରତି ଆକ୍ରମଣରେ ଆମେରିକା ଉପରେ ଲଗାତାର ମିସାଇଲ ମାଡ କରୁଛି । ସୁଲେମାନିର ମୃତ୍ୟୁ ପରେ ଅଷ୍ଟମ ଥର ପାଇଁ ଇରାନ ରକେଟ ମାଡ କରିଛି । ଆମେରିକା–ଇରାନ ମଧ୍ୟରେ ଲାଗିରହିଥିବା ଏହି ଉତେଜନା ମଧ୍ୟପ୍ରାଚ୍ୟରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିଛି ।
Comments are closed.