Latest Odisha News

BREAKING NEWS

ତାଳଚେର କୋଇଲା ଲୋଡିଂ ପଏଣ୍ଟ ଯାଞ୍ଚ କଲେ ରେଳ ବୋର୍ଡ ଅଧ୍ୟକ୍ଷ; ସୋମବାର ଯିବେ ପାରାଦୀପ

ଭୁବନେଶ୍ୱର: ରେଳ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଭି କେ ତ୍ରିପାଠୀ ରବିବାର ଓଡ଼ିଶା ଆସି ତାଳଚେର ସ୍ଥିତ କୋଇଲା ଲୋଡିଂ ପଏଣ୍ଟ ଯାଞ୍ଚ କରିଛନ୍ତି । ପୂର୍ବତଟ ରେଳପଥର ଟ୍ରାଫିକ ସୁବିଧା ଯାଞ୍ଚ ଏବଂ ବାଧାମୁକ୍ତ ରେଳ ଚଳାଚଳ ବିଷୟରେ ଆଲୋଚନା କରିଛନ୍ତି ।

ଏହା ବ୍ୟତୀତ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଛନ୍ତି । ଶ୍ରୀ ତ୍ରିପାଠୀ ତାଳଚେର ଲୋଡିଂ ପଏଣ୍ଟ ଗସ୍ତ ପରେ ଏମସିଏଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ବିଭିନ୍ନ ପ୍ରସଙ୍ଗ ଆଲୋଚନା ଭିତରେ ସହଜ କୋଇଲା ପରିବହନ ଏବଂ ଟ୍ରାଫିକ ସୁବିଧା ପାଇଁ ସବୁ ପ୍ରକାର ସାହାଯ୍ୟ ରେଳପଥ ପକ୍ଷରୁ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିବା କଥା ପୂର୍ବତଟ ରେଳପଥ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ।

ଆସନ୍ତା କାଲି ଅର୍ଥାତ୍ ସୋମବାର ଶ୍ରୀ ତ୍ରିପାଠୀ ପାରାଦୀପ ଗସ୍ତ କରି ବନ୍ଦର ସହ ଜଡ଼ିତ ବିଭିନ୍ନ ରେଳ ପ୍ରକଳ୍ପ ବୁଲି ଦେଖିବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.