ତେହେରାନ: ଇରାନ ଆଥଲେଟ ଏଲନାଜ ରେକାବିକ ବୁଧବାର ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆନ ରକ କ୍ଲାଇମ୍ବିଂ ଚାମ୍ପିୟନଶପରେ ବିନା ହିଜାବରେ ସେ ଅଂଶଗ୍ରହଣ କରିଥିଲେ । ଏହା ପରେ ହଠାତ ତାଙ୍କର ଖୋଜ ଖବର ମିଳି ନ ଥିଲା । ଇରାନ ସରକାର ତାଙ୍କୁ ଅଟକ ରଖିଥିବା ନେଇ ଆଶଙ୍କା ବ୍ୟକ୍ତ କରାଯାଉଥିଲା । ଇରାନର ସମ୍ପୂର୍ଣ୍ଣ ଟିମ ୧୭ ଅକ୍ଟୋବରକୁ ଫେରି ଆସିଥିଲେ । ଏଲନାଜଙ୍କ ଖୋଜ ଖବର ମିଳି ନ ଥିଲା । ତେବେ ଆଜି ପ୍ରତ୍ୟାବର୍ତନ ସମୟରେ ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶହ ଶହ ଲୋକ ତାଙ୍କୁ ସ୍ୱାଗତ କରିବା ପାଇଁ ଆସିଥିଲେ । ହିଜାବକୁ ବିରୋଧ କରିଥିବାରୁ ସେମାନେ ତାଙ୍କୁ ହୀରୋ ରୂପେ ଚିତ୍ରଣ କରିଥିଲେ ।
ଏଲନାଜଙ୍କ ସ୍ୱାଗତ ଭିଡିଓ ଏବେ ଭାଇରାଲ ହୋଇଛି । ଅବଶ୍ୟ ପ୍ରତିଯୋଗିତାର ଫାଇନାଲ ମୁକାବିଲାରେ ହିଜାବ ପରିଧାନ ନ କରିବା ଏକ ସଂଯୋଗ ଥିଲା ବୋଲୀ ସେ କହିଛନ୍ତି । ଏଥିନେଇ ସେ ଇରାନବାସୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଇରାନରେ ଏବେ ହିଜାବକୁ ବିରୋଧ କରି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ୨୧୦ରୁ ଅଧିକ ଲୋକ ଏହି ଆନ୍ଦୋଳନରେ ମୃତ୍ୟୁବରଣ କରିଛନ୍ତି ।
Comments are closed.