Latest Odisha News

ବାତ୍ୟା ଆଳରେ ଖାଦ୍ୟ ସାମଗ୍ରୀ ଅଭାବ ସୃଷ୍ଟି କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପାଣିପାଗ ବିଭାଗ ବାତ୍ୟା ଆକଳନ କରିଥିବା ବେଳେ ସ୍ପଷ୍ଟ ସୂଚନା ଆସି ନାହିଁ । କିନ୍ତୁ ବାତ୍ୟା ପୂର୍ବରୁ ବଜାରରେ ଗହଳି ଦେଖିବାକୁ ମିଳିଲାଣି । ଲୋକେ ଆଳୁ, ପିଆଜ ସହ ଅନ୍ୟ ଆବଶ୍ୟକୀୟ ସାମଗ୍ରୀ ମହଜୁଦ୍ କରିବାରେ ଲାଗି ପଡ଼ିଛନ୍ତି । ଏଭଳି ସ୍ଥିତିରେ ଖାଦ୍ୟ ସାମଗ୍ରୀ ଯେଭଳି ହୋର୍ଡିଂ ନ ହେବ ସେଥିପ୍ରତି ଧ୍ୟାନ ଦେଇଛନ୍ତି ସରକାର ।

ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ବାତ୍ୟା ପାଇଁ ଯେଭଳି ଖାଦ୍ୟ ସାମଗ୍ରୀ ହୋର୍ଡିଂ ନହେବ ସେଥିପ୍ରତି ସଜାଗ ରହିଛୁ । ଜିଲ୍ଲା ପ୍ରଶାସନ ଓ ଖାଦ୍ୟ ଯୋଗାଣ ବିଭାଗ ଦୃଷ୍ଟି ରଖିଛି । ଯଦି କେହି ଅସାଧୁ ବ୍ୟକ୍ତି ବଜାରରେ ଖାଦ୍ୟ ସାମଗ୍ରୀର ଅଭାବ ସୃଷ୍ଟି କରିବେ ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ସାମଗ୍ରୀ ସରିଯିବ ବୋଲି କହି କିଛି ଲୋକ ବିଭ୍ରାନ୍ତ କରୁଛନ୍ତି । ଏଭଳି କରିବା ଅନୁଚିତ୍ ବୋଲି କହିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.