ବୌଦ୍ଧ: ଗଞ୍ଜେଇ ଚାଲାଣ କରୁଥିଲେ ଯବାନ । ସୁରକ୍ଷା କ’ଣ ଦେବେ ସୁରକ୍ଷାରେ ନିୟୋଜିତ ଥିବା ଯବାନ ନିଜେ ହିଁ ଫସଲ ଉଜାଡୁଥିଲେ । ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଯବାନଙ୍କୁ ଗିରଫ କରିଛି ବୌଦ୍ଧି ପୋଲିସ୍ । ଗିରଫ ନେଇ ସୂଚନା ଦେଇଛନ୍ତି ବୌଦ୍ଧ ଏସ୍ପି ରାହୁଲ ଗୋଏଲ ।
ତେବେ ଏଭଳି ବିଡମ୍ବନାର ଖବର ଆସିଛି ବୌଦ୍ଧ ଜିଲ୍ଲାରୁ । ବୌଦ୍ଧ ଜିଲ୍ଲାରେ ଗଞ୍ଜାମ ଚାଲାଣ ପାଇଁ ୩ ଯବାନଙ୍କୁ ଗିରଫ କରିଛି ପୋଲିସ୍ । ଏହି ତିନି ଜଣ ଆଇଆରବି ବାଟାଲିୟନର ଜଣେ ହାବିଲଦାର ଏବଂ ଦୁଇ ଜଣ କନେଷ୍ଟବଳ । ୩ ଆଇଆରବି ଯବାନଙ୍କୁ ମନମୁଣ୍ଡା ପୋଲିସ ବ୍ୟାରେକ୍ରେ ଚଢ଼ାଉ କରି ଗିରଫ କରାଯାଇଛି । ଏଥିସହିତ ୩ ଯବାନଙ୍କ ପାଖରୁ ୧୫ କେଜି ଗଞ୍ଜେଇ ଜବତ ହୋଇଛି । ଯାହାକୁ ନେଇ ପୋଲିସ୍ ଅଧିକ ତଦନ୍ତ ଚଳାଇଥିବା ବେଳେ ଏବେ ୩ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ତେବେ ଏହା ପ୍ରଥମେ ନୁହେଁ, ପୂର୍ବରୁ ମଧ୍ୟ ରାଜ୍ୟରେ ଅନେକ ପୋଲିସ୍ କର୍ମଚାରି ଗଞ୍ଜେଇ ଚାଲାଣ କରୁଥିବାର ନଜିର ରହିଥିବା ବେଳେ ସେମାନଙ୍କୁ ଗିରଫ କରିଛି ପୋଲିସ୍ । ହେଲେ ଜଣେ ଯବାନ, ଯାହାଙ୍କ ଉପରେ ସାରା ଦେଶବାସୀଙ୍କର ଅଗାଢ ବିଶ୍ବାସ, ସେମାନେ ଏଭଳି ନିଚ୍ଚ କାମ କରିବା ଏବେ ଆଳୋଚନାର ପାତ୍ର ପାଲଟିଛି ।