Latest Odisha News

BREAKING NEWS

ଫିନଲ୍ୟାଣ୍ଡ ବିଶ୍ୱର ସବୁଠୁ ସୁଖୀ ଦେଶ; ତାଲିକାରେ ଭାରତର ସ୍ଥାନ କେତେ?

ନ୍ୟୁୟର୍କ: ଫିନଲ୍ୟାଣ୍ଡ ଦୁନିଆର ସବୁଠାରୁ ସୁଖୀ ଦେଶ ତାଲିକାରେ ଲଗାତାର ତୃତୀୟ ଥର ପ୍ରଥମ ସ୍ଥାନ ହାସଲ କରିଛି । ଫିନଲ୍ୟାଣ୍ଡର ଜନସଂଖ୍ୟା ପାଖାପାଖି ୫୫ଲକ୍ଷ । ଭାରତ ସୁଖୀ ତାଲିକାରେ ୧୪୪ତମ ସ୍ଥାନରେ ଅଛି । ଏହି ତାଲିକାରେ ଫିନଲ୍ୟାଣ୍ଡ ପଛକୁ ଯଥାକ୍ରମେ ଡେନମାର୍କ, ସ୍ୱିଜରଲାଣ୍ଡ, ଆଇସଲାଣ୍ଡ ଓ ନରୱେ ଅଛନ୍ତି । ମୁଣ୍ଡପିଛା ଜିଡିପି, ସାମାଜିକ ସହାୟକ, ସୁସ୍ଥ ଜୀବନ, ସାମାଜିକ ସ୍ୱାଧୀନତା, ଉଦାରତା ଓ ଦୁର୍ନୀତିମୁକ୍ତ ଆଦି ୬ଟି ମାନକ ଉପରେ ଆଧାର କରି ସୁଖୀ ତାଲିକା ପ୍ରସ୍ତୁତ କରାଯାଇଛି ।

ଆର୍ଥିକ ମାନ୍ଦାବସ୍ଥା ସହ ଲଢ଼ୁଥିବା ପାକିସ୍ତାନ ଏହି ତାଲିକାରେ ୬୬ତମ ସ୍ଥାନରେ ଅଛି । ପାକିସ୍ତାନ ଏହି ସ୍ତରରେ ସୁଧୁରିଛି । ଆଫଗାନିସ୍ତାନ ତାଲିକାରେ ୧୫୬ତମ ସ୍ଥାନ ନେଇ ସବୁଠାରୁ କମ୍ ସୁଖୀ ଦେଶ ହୋଇଛି । ମାର୍ଚ୍ଚ ୨୦ ଅର୍ଥାତ୍ ବିଶ୍ୱ ଖୁସି ଦିବସ ଅବସରରେ ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ୨୦୨୦ ବର୍ଷ ପାଇଁ ହାପିନେସ ଇଣ୍ଡେକ୍ସର ରିପୋର୍ଟ ଜାରି କରାଯାଇଛି ।

Leave A Reply

Your email address will not be published.