Latest Odisha News

BREAKING NEWS

ଟ୍ରେନରେ କ୍ୟାଟରିଙ୍ଗ ସେବାରେ ଉନ୍ନତି ଆଣିବା ପାଇଁ ନୂଆ ପ୍ରୟାସ

ନୂଆଦିଲ୍ଲୀ: ଟ୍ରେନରେ କ୍ୟାଟରିଙ୍ଗ ସେବାରେ ଉନ୍ନତି ଆଣିବା ପାଇଁ ଏକ ପଦକ୍ଷେପ ଭାବରେ ମେନୁକୁ ଅନ୍ତର୍ଭୁକ୍ତ ଓ ମୂଲ୍ୟାୟନ କରିବା ପାଇଁ ଆଇଆରସିଟିସିରେ ନମନୀୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ଵାରା ସ୍ଥାନୀୟ ଅଞ୍ଚଳର ରୋଷେଇ ପ୍ରଣାଳୀ, ଋତୁକାଳୀନ ସୁସ୍ଵାଦ ଖାଦ୍ଯ, ପର୍ବ ସମୟରେ ଆବଶ୍ୟକତା, ବିଭିନ୍ନ ଗୋଷ୍ଠୀର ପସନ୍ଦ ଅନୁଯାୟୀ ଖାଦ୍ଯ ସାମଗ୍ରୀ ଅନ୍ତର୍ଭୁକ୍ତ କରାଯାଇଛି।

ଯାତ୍ରୀମାନଙ୍କ ପାଇଁ ଯେପରିକି ମଧୁମେହ ଖାଦ୍ଯ, ଶିଶୁ ଖାଦ୍ଯ, ମିଲେଟ୍ ଆଧାରିତ ସ୍ଥାନୀୟ ଉତ୍ପାଦ ଇତ୍ୟାଦି ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ଯ ଗୁଡିକର ବିକଳ୍ପ ଅନ୍ତର୍ଭୁକ୍ତ କରାଯାଇ ପାରିବ। ସେହି ଅନୁଯାୟୀ, ରେଳ ମନ୍ତ୍ରାଳୟ ନିର୍ଦ୍ଧିଷ୍ଟ ସର୍ତରେ ଏହାକୁ ଅନୁମୋଦନ କରିଛି ଯାହା ଦ୍ଵାରା ଖାଦ୍ଯର ଗୁଣବତ୍ତା ଓ ସ୍ବଚ୍ଛତା ସହିତ ସ୍ଥାନୀୟ ତଥା ଋତୁକାଳୀନ ଖାଦ୍ଯ ଏବଂ ନିର୍ଦ୍ଧିଷ୍ଟ ବର୍ଗର ଲୋକଙ୍କ ପାଇଁ ଖାଦ୍ଯ ଉପରେ ପ୍ରାଧ୍ୟାନ୍ୟ ଦିଆଯିବ।

ଯେଉଁ ଟ୍ରେନ ଗୁଡିକରେ ଯାତ୍ରୀ ଭଡା ସହିତ କ୍ୟାଟରିଙ୍ଗ ଦେୟ ଅନ୍ତର୍ଭୁକ୍ତ କରାଯାଇଅଛି ତାହା ପୂର୍ବରୁ ସୂଚିତ ହୋଇଥିବା ଶୁଳ୍କ ମଧ୍ୟରେ ଆଇଆରସିଟିସି ଦ୍ଵାରା ଖାଦ୍ଯ ପଦାର୍ଥ ତାଲିକା ସ୍ଥିର ହେବ। ଏଥିସହ, ଏମଆରପିରେ ଆ-ଲା-କାର୍ଟ ଭୋଜନ ଏବଂ ବ୍ରାଣ୍ଡେଡ଼ ଖାଦ୍ଯ ସାମଗ୍ରୀ ଗୁଡିକର ନିରାପଦ ମଧ୍ୟ ଏହି ପ୍ରି ପେଡ ଟ୍ରେନ ଗୁଡିକରେ ଅନୁମତି ଦିଆଯିବ | ଏହିପରି ଆ-ଲା କାର୍ଟି ଭୋଜନର ତାଲିକା ଏବଂ ଶୁଳ୍କ ଆଇଆରସିଟିସି ଦ୍ଵାରା ସ୍ଥିର ହେବ।

ଅନ୍ୟାନ୍ୟ ମେଲ ଏକ୍ସପ୍ରେସ ଟ୍ରେନ ପାଇଁ, ମେନୁ ବଜେଟ୍ ସେଗମେଣ୍ଟ  ଆଇଟମ୍ ଗୁଡିକ ଷ୍ଟାଣ୍ଡାର୍ଡ ଭୋଜନ ପରି ଆଇଆରସିଟିସି ଦ୍ଵାରା ସ୍ଥିର ହୋଇସାରିଛି। ଜନତା ଭୋଜନର ମେନୁ ଏବଂ ଶୁଳ୍କ ଅପରିବର୍ତିତ ରହିବ।

ଏହା ବ୍ଯତୀତ, ମେଲ ଏକ୍ସପ୍ରେସ ଟ୍ରେନ ରେ ଏମଆରପିରେ ଆ-ଲା-କାର୍ଟ ଭୋଜନ ଏବଂ ବ୍ରlଣ୍ଡେଡ ଖାଦ୍ଯ ସାମଗ୍ରୀ ବିକ୍ରୟକୁ ଅନୁମତି ଦିଆଯିବ। ଏହିପରି ଆ-ଲା-କାର୍ଟ ଭୋଜନର ମେନୁ ଏବଂ ଶୁଳ୍କ ମଧ୍ୟ ଆଇଆରସିଟିସି ଦ୍ଵାରା ସ୍ଥିର ହେବ।

ମେନୁ ସ୍ଥିର କଲାବେଳେ ଆଇଆରସିଟିସି ଖାଦ୍ଯ ଏବଂ ସେବାର ଗୁଣବତ୍ତା ସହିତ ମାନଦଣ୍ଡର ଉନ୍ନତିକରଣକୁ ନିଶ୍ଚିତ କରିବ ଏବଂ ଯାତ୍ରୀମାନଙ୍କ ଅଭିଯୋଗ କୁ ଏଡାଇବା ପାଇଁ ବାରମ୍ବାର ତଥା ଅଯଥା ପରିବର୍ତନର ଯେପରିକି ପରିମାଣ ଏବଂ ଗୁଣବତ୍ତାରେ ହ୍ରାସ, ନିମ୍ନ ବ୍ରାଣ୍ଡ ଖାଦ୍ଯ ପଦାର୍ଥ ବ୍ୟବହାର ଇତ୍ଯାଦିକୁ ଏଡ଼ାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯିବ। ସେହିଭଳି, ମେନୁ ଶୁଳ୍କ ସହିତ ଅନୁରୂପ ହେବା ଉଚିତ ଏବଂ ଯାତ୍ରୀମାନଙ୍କ ସୂଚନା ପାଇଁ ମେନୁଗୁଡିକ ପୂର୍ବରୁ ସୂଚିତ କରାଯାଇଛି ଏବଂ ପ୍ରଚଳନ ପୂର୍ବରୁ ରେଳବାଇକୁ ପରାମର୍ଶ ଦିଆଯିବ।

Leave A Reply

Your email address will not be published.