Latest Odisha News

BREAKING NEWS

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର; ଯାତ୍ରା ସମୟରେ ପାଇପାରିବେ ମନ ପସନ୍ଦ ଖାଦ୍ୟ, ଆଇଆରସିଟିସି ଆଣିଲା ଏହି ସୁବିଧା

ନୂଆଦିଲ୍ଲୀ/ଭୁବନେଶ୍ବର: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଆଇଆରସିଟିସି (IRCTC) ଇ-କ୍ୟାଟରିଂ ପୋର୍ଟାଲ ମାଧ୍ୟମରେ ଯାତ୍ରୀମାନଙ୍କୁ ପ୍ରି-ଅର୍ଡର ଖାଦ୍ୟ ଡେଲିଭରି ପାଇଁ ‘ସ୍ୱିଗି’ ସହିତ କଥାହୋଇଛି । IRCTC ର ଏହି ପଦକ୍ଷେପ ସହିତ ଯାତ୍ରୀମାନେ ସେମାନଙ୍କର ପ୍ରିୟ ଖାଦ୍ୟ ପାଇପାରିବେ । ପ୍ରାରମ୍ଭରେ ଏହି ସୁବିଧା କେବଳ ଚାରୋଟି ରେଳ ଷ୍ଟେସନରେ ଉପଲବ୍ଧ ହେବ । ଏହା ପରେ ଆହୁରି ଏହି ସୁବିଧା ଅନ୍ୟ ଷ୍ଟେସନ ଗୁଡିକରେ ଉପଲବ୍ଧ ହେବ ।

IRCTC ଅନୁଯାୟୀ, ଖାଦ୍ୟ ଡେଲିଭରି ପ୍ଲାଟଫର୍ମ ‘ସ୍ବିଗି’ ଫୁଡ୍ସର ପ୍ୟାରେଣ୍ଟ୍ କମ୍ପାନୀ ବଣ୍ଡଲ୍ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍ ସହିତ ହୋଇଥିବା ଚୁକ୍ତିନାମା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ବେଙ୍ଗାଲୁରୁ, ଭୁବନେଶ୍ୱର, ବିଜୟୱାଡା ଏବଂ ବିଶାଖାପାଟନମ୍ ରେଳ ଷ୍ଟେସନରେ ପ୍ରି-ଅର୍ଡର ଖାଦ୍ୟ ଯୋଗାଣ ସୁବିଧା ଖୁବ ଶୀଘ୍ର ଆରମ୍ଭ ହେବ।

ଖାଦ୍ୟ କିପରି ଅର୍ଡର କରିବେ?
IRCTC ଇ-କ୍ୟାଟରିଂ ପୋର୍ଟାଲ ବ୍ୟବହାର କରି ସର୍ବପ୍ରଥମେ ଯାତ୍ରୀମାନେ ସେମାନଙ୍କର PNR ନମ୍ବର ଏଣ୍ଟ୍ରି କରିବେ । ତା’ପରେ ଏକ ଆଉଟଲେଟ୍ ସିଲେକ୍ଟ କରିବେ । ଏହାପରେ ଆପଣଙ୍କ ପସନ୍ଦର ଖାଦ୍ୟ ଚୟନ କରି ଅର୍ଡର ସଂପୂର୍ଣ୍ଣ କରିବେ । ତା’ପରେ ଅନଲାଇନ୍ ପେମେଣ୍ଟ କିମ୍ବା କ୍ୟାସ ଅନ ଡେଲିଭରି କରିପାରିବେ । ଏହାପରେ ଖାଦ୍ୟ ଆପଣଙ୍କ ନିକଟରେ ପହଂଚିଯିବ ।

କିଛି ମାସ ପୂର୍ବରୁ, IRCTC ବିଭିନ୍ନ ରେଳ ଷ୍ଟେସନରେ ପ୍ରି-ଅର୍ଡର ଖାଦ୍ୟ ଡେଲିଭରି କରିବା ପାଇଁ ଫୁଡ ଡେଲିଭରି ଏପ୍ଲିକେସନ ‘ଜୋମାଟୋ’ ସହିତ ସହଭାଗୀ ହୋଇଥିଲା | ଅକ୍ଟୋବରରେ ଘୋଷଣା ହୋଇଥିବା ସହଭାଗୀତା ସମୟରେ ଟ୍ରେନ୍ ଯାତ୍ରୀମାନେ ନୂଆଦିଲ୍ଲୀ, ପ୍ରୟାଗରାଜ, କାନପୁର, ଲକ୍ଷ୍ନୌ ଏବଂ ବାରାଣାସୀ ସମେତ ମନୋନୀତ ହୋଇଥିବା ଷ୍ଟେସନରେ ସେବା ପାଇପାରିବେ ।

Leave A Reply

Your email address will not be published.