Latest Odisha News

BREAKING NEWS

ମୁମ୍ବାଇରେ ୧୦ ତାଲା କୋଠାରେ ଭୟାବହ ଅଗ୍ନିକାଣ୍ଡ; ଉଦ୍ଧାର କାର୍ଯ୍ୟ ଜାରି

ମୁମ୍ବାଇ: ମାୟାନଗରୀ ମୁମ୍ବାଇର ପୂର୍ବ ଘାଟକପର ଅଞ୍ଚଳରେ ଥିବା ଏକ ୧୦ ମହଲା ବିଶିଷ୍ଟ ଆବାସିକ କୋଠାରେ ମଙ୍ଗଳବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜାତୀୟ ଗଣମାଧ୍ୟମ ଏନଡିଟିଭିର ଏକ ରିପୋର୍ଟରେ ପ୍ରକାଶ ।

ଅଗ୍ନିଶମ ବିଭାଗ ଅଧିକାରୀଙ୍କ କହିବା ମୁତାବକ ମଙ୍ଗଳବାର ସନ୍ଧ୍ୟା ପାଖାପାଖି ୫.୪୨ ସମୟରେ ଏହି ଦଶତାଲା ବିଶିଷ୍ଟ କୋଠାର ପଞ୍ଚମ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଠାରେ ବାସ କରୁଥିବା କିଛିଲୋକ ବାହାରକୁ ଆସିନପାରି ନିଆଁ ଲାଗିଥିବା କୋଠା ମଧ୍ୟରେ ବନ୍ଦୀ ହୋଇ ରହିଯାଇଛନ୍ତି ।

ଅଗ୍ନିକାଣ୍ଡର ଖବର ମିଳିବା ମାତ୍ରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଚାରିଟି ନିଆଁଲିଭା ଗାଡ଼ି ଓ ତିନିଟି ଟ୍ୟାଙ୍କର ସହ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ।

Leave A Reply

Your email address will not be published.