Latest Odisha News

BREAKING NEWS

ଆସନ୍ତା ଫେବୃଆରୀରୁ ଏହିସବୁ ଫୋନରେ ବନ୍ଦ ହୋଇଯିବ ହ୍ୱାଟସଆପ୍ ସେବା !

ଭୁବନେଶ୍ୱର: ଆସନ୍ତା ୨୦୨୦ ଫେବୃଆରୀରୁ ଆପଣଙ୍କ ଫୋନରୁ ବନ୍ଦ ହୋଇ ଯାଇପାରେ ହ୍ୱାଟସଆପ୍ ସେବା । ଅଫିସିଆଲ ହ୍ୱାଟସଅପ ବ୍ଲଗରେ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇଛି ।

କମ୍ପାନୀ ପକ୍ଷରୁ ଜାରି ନୋଟିସ ଅନୁସାରେ, ପୂରୁଣା ମଡେଲ ସ୍ମାର୍ଟ ଫୋନରୁ ହ୍ୱାଟସଆପ୍ କାମ କରିବା ବନ୍ଦ ହୋଇପାରେ । ଏନେଇ କେତେ ଗୁଡ଼ିଏ ସ୍ମାର୍ଟ ଫୋନକୁ ନିର୍ଦ୍ଧାରିତ ମଧ୍ୟ କରାଯାଇଛି  ।

ତେବେ ଏହି ଲିଷ୍ଟରେ ଆପଣଙ୍କ ସ୍ମାର୍ଟ ଫୋନ ନାହିଁ ତ ?

ହ୍ବାଟସ୍‌ଆପ୍‌ ନିଜ ଓ୍ବେବସାଇଟ୍‌ର ‘ଏଫଏକ୍ୟୁ’ ସେକ୍ସନରେ ଏହି ସଂପର୍କରେ ସୂଚନା ପ୍ରଦାନ କରିଛି। ସେଥିରେ ଉଲ୍ଲେଖ ରହିଛି କି ୨୦୨୦ ମସିହା ଫେବୃଆରୀ ୧ ତାରିଖରୁ ପୁରୁଣା ଭର୍ସନର ଆଣ୍ଡ୍ରୋଏଡ ଓ ଆଇଫୋନରେ ହ୍ବାଟସ୍‌ଆପ୍‌ ବନ୍ଦ କରି ଦିଆଯିବ। ପରବର୍ତ୍ତୀ ସମୟରେ ନୂଆ ଆକାଉଣ୍ଟ ଖୋଲି ପାରିବେ କିମ୍ବା ସେହି ଆକାଉଣ୍ଟକୁ ରି- ଭେରିଫାଏ କରି ପାରିବେ।

ଯଦି ଆପଣଙ୍କ ପାଖରେ ଆଣ୍ଡ୍ରୋଏଡ ୨.୩.୭ ର ଫୋନ ଅଛି ତେବେ ଆପଣଙ୍କ ଫୋନରେ ହ୍ୱାଟସଅପ ସପୋର୍ଟ ମିଳିବା ବନ୍ଦ ହୋଇଯାଇପାରେ ।

ହ୍ୱାଟ୍ସଅପର ନୂଆ ନୂଆ ଅପଡେଟକୁ ଏହି ପୂରୁଣା ବର୍ଜନ ଫୋନ ସପୋର୍ଟ ନକରିବା କାରଣରୁ ଏହି ସବୁ ଫୋନରୁ ହ୍ୱାଟସଆପ ସେବା ବନ୍ଦ ହେବା ନେଇ ସୂଚନା ମିଳିଛି ।

ଅଧିକ ସୂଚନା ପାଇଁ ହ୍ବାଟସ୍‌ଆପ୍‌ର ଅଫିସିଆଲି ସାଇଟ୍‌ ଭିଜିଟ୍‌ କରି ପାରିବେ ।

Leave A Reply

Your email address will not be published.