Latest Odisha News

ଡିଜିଟାଲ କୃଷି ପରାମର୍ଶ ବଦଳାଇ ଦେଲା ଦେବଗଡର ଭୂପେନଙ୍କ ଭାଗ୍ୟ

ଭୁବନେଶ୍ୱର : ଦେବଗଡର ତିଲେଇବଣି ବ୍ଲକ କୁମୁରାପାଲି ଗାଁର ଚାଷୀ ଭୂପେନ କୁମୁରା । ଦିନ ଥିଲା ଭୂପେନ ପାଠ ପଢା ସାରିବା ପରେ ଗୁଜରାଟର ସିଲଭାଷା ଯାଇ ଏକ ବେସରକାରୀ ସଂସ୍ଥାରେ କାମ କରୁଥିଲେ । କିନ୍ତୁ ସେଠାରୁ ଯାହା ଦରମା ପାଉଥିଲେ ତାହା ପରିବାର ଚଳାଇବା ସହ ନିଜେ ଚଳିବା ଅସମ୍ଭବ ହୋଇପଡୁଥିଲା । ଥରେ ବାପାଙ୍କ ଦେହ ଖରାପ ଖବର ଶୁଣି ସେ ଗାଁକୁ ଆସିଥିଲେ । ସେତେବେଳେ ବାପାଙ୍କ ପରାମର୍ଶ ତାଙ୍କ ଭିତରେ ଚାଷ କାମ କରିବା ପାଇଁ ଆଗ୍ରହ ସୃଷ୍ଟି କରିଥିଲା । କିନ୍ତୁ ଚାଷ କାମରେ ଅଭିଜ୍ଞତା ନ ଥିବାରୁ ଏଥିରେ ସେ ସଫଳ ହୋଇପାରିଲେ ନାହିଁ । କିନ୍ତୁ ଏ ନେଇ ସେ ଉଦ୍ୟମ ଜାରି ରଖିଥିଲେ ।

ଭୂପେନ ମୋଟ ୯ ଏକର ଚାଷ ଜମି ମଧ୍ୟରୁ ୫ ଏକର ଜମିରେ ଧାନ ଚାଷ , ୧ ଏକର ଜମିରେ ପନିପରିବା ଚାଷ, ଦେଢ ଏକର ଚାଷ ଜମିରେ ମୁଗ, ବିରି ଚାଷ କରନ୍ତି । ଏଥି ସହ ଆଉ ଦେଢ ଏକରରେ ମାଛ ଚାଷ ମଧ୍ୟ କରିଥାନ୍ତି । ଗତ ଜୁଲାଇ ମାସରେ ସେ ରିଲାଏନ୍ସ ଫାଉଣ୍ଡେସନର ଜିଲ୍ଲା କ୍ଷେତ୍ର ପ୍ରତିନିଧ୍‌ଙ୍କ ସହ ଯୋଗାଯୋଗ କରିଥିଲେ । ଏହି ସମୟରେ ରିଲାଏନ୍ସ ଫାଉଣ୍ଡେସନର ସୂଚନା ସେବାରେ ଚାଷୀ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜାଣିଲେ । ମୋବାଇଲ ଭଏସ ମେସେଜ ମାଧ୍ୟମରେ ଦୈନିକ କୃଷି ଓ ଗୋପାଳନ ଭିତ୍ତିକ କୃଷି ସନ୍ଦେଶ, ୧୮୦୦-୪୧୯-୮୮୦୦ ନିଶୁଳ୍କ ହେଲ୍ପଲାଇନ ନମ୍ବରରେ କୃଷି ବିଶେଷଜ୍ଞଙ୍କ ସହସିଧାସଳଖ ପରାମର୍ଶ ତଥା ଅଡିଓ/ ଭିଡିଓ କନଫରେନ୍ସ କାର‌୍ୟ୍ୟକ୍ରମରେ ଭାଗ ନେଇ ସେ ନିଜର ଚାଷ ସମ୍ବନ୍ଧରେ ସୂଚନା ପାଇପାରିଲେ ।

ଭୂପେନ ଗତ ଜୁଲାଇ ୨୬ ତାରିଖରେ ପ୍ରଥମେ ରିଲାଏନ୍ସ ଫାଉଣ୍ଡେସନ ଦ୍ଵାରା ଆୟୋଜିତ: ପନିପରିବା ଚାଷରେ ରୋଗ ପୋକ ପରିଚାଳନା ବିଷୟ ବସ୍ତୁ ଉପରେ ଆଧାରିତ ଏକ ହ୍ୱାର୍ଟଆପ୍ ଭର୍ଚୁଆଲ କ୍ୟାମ୍ପ କାର୍ଯ୍ୟକ୍ରମରେ ଭାଗ ନେଇଥିଲି । ଏଥି ସହ ବିଲାତି ଚାଷରେ ଫଳବିନ୍ଧା ପୋକର ଫଟୋ ପଠାଇ କିପରି ଜୈବିକ ଉପାୟରେ ଏହାକୁ ନିୟନ୍ତ୍ରଣ କରିହେବ ଏବଂ ବିଲାତି ଚାଷରେ ଜୈବିକ ଖାଦ୍ୟସାର ପ୍ରୟୋଗ କରି କିପରି ଅଧିକ ଅମଳ କରିହେବ ସେହି ବିଷୟରେ ପ୍ରଶ୍ନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଦେବଗଡର କୃଷି ବୈଜ୍ଞାନିକ ସବ୍ୟସାଚୀ ସାହୁ ତାଙ୍କୁ ଜୈବିକ ଉପାୟରେ କିପରି ବିଲାତି ଚାଷ କରିହେବ, ରୋଗ ଓ ପୋକ ନିୟନ୍ତ୍ରଣ କରିହେବ ସେହି ବିଷୟରେ ସମ୍ପୂର୍ଣ ସୂଚନା ପ୍ରଦାନ କରିଥିଲେ । କୃଷି ବୈଜ୍ଞାନିକଙ୍କ ପରାମର୍ଶକୁ ବ୍ୟବହାର କରିବା ପରେ ତାଙ୍କର ବିଲାତି ଚାଷରେ ଫଳବିନ୍ଧା ପୋକ ଦମନ ହେବା ସହ ଅମଳ ବୃଦ୍ଧି ହୋଇପାରିଥିଲା । ଏବେ ସୁଦ୍ଧା ସେ ୭୦୦ କିଲୋ ବିଲାତି କେଜି ପ୍ରତି ୫୦ ଟଙ୍କା ଦରରେ ୩୫୦୦୦ ଟଙ୍କାରେ ତିଲେଇବାଣି ବଜାରରେ ବିକ୍ରି କରିପାରିଛି ।

ଗତ ସେପ୍ଟେମ୍ବର ମାସ ୧୩ ତାରିଖରେ ରିଲାଏନ୍ସ ଫାଉଣ୍ଡେସନ ଦ୍ଵାରା ଆୟୋଜିତ: ଧାନ ଚାଷରେ ସମ୍ମନ୍ନିତ ରୋଗ ପୋକ ପରିଚାଳନା ବିଷୟ ବସ୍ତୁ ଉପରେ ଆଧାରିତ ଆଉ ଏକ ଆଲୋଚନା ଭିତ୍ତିକ କାର୍ଯ୍ୟକ୍ରମରେ ଭାଗ ନେଇ ଧାନରେ ପତ୍ର ପୋଡି ରୋଗର ପ୍ରତିକାର ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏଥିରୁ ପାଇଥିବା ପରାମର୍ଶ ଅନୁସାରେ ବଜାରରୁ ଔଷଧ ଆଣି ପ୍ରୟୋଗ କରିବା ଦ୍ଵାରା ପାଖାପାଖି ୨ ଏକର ଧାନ ଜମିରେ ଲାଗିଥିବା ପତ୍ର ପୋଡା ରୋଗକୁ ଦମନ କରି, ଆନୁମାନିକ ୧୫ ରୁ ୧୭ କୁଇଣ୍ଟାଲ ଧାନ ଫସଲକୁ ନଷ୍ଟ ହେବାରୁ ବଞ୍ଚାଇ ପାରିଲି । ସେହିପରି ଅକ୍ଟୋବର ମାସ ୧୮ ତାରିଖରେ ରିଲାଏନ୍ସ ଫାଉଣ୍ଡେସନ ଦ୍ଵାର ଆୟୋଜିତ ଆଉ ଏକ ଅଡିଓ କନଫରେନ୍ସ କାର୍ଯ୍ୟକ୍ରମରେ ଭାଗ ନେଇ ସ୍ଥାନୀୟ ଅଂଚଳରେ ଦେଖାଯାଉଥିବା ବାଳୁଙ୍ଗା ଧାନର କାରଣ କଣ ତାହା ପ୍ରଶ୍ନ କରିଥିଲେ ଭୂପେନ ।

ଦେବଗଡ ଜିଲ୍ଲାର ଚାଷୀ ଭାଇମାନଙ୍କୁ ନେଇ ରିଲାଏନ୍ସ ଫାଉଣ୍ଡେସନ ଏକ ହ୍ୱାର୍ଟସ୍‌ଆପ୍ ଗ୍ରୁପ ଖୋଲିଛନ୍ତି । ଏଥିରେ ଭୂପେନଙ୍କ ପରି ପ୍ରାୟ. ୨୫୦ ଜଣ ଚାଷୀ ଭାଇ ସଦସ୍ୟ ଅଛନ୍ତି । ଏହି ଗ୍ରୁପ ଜରିଆରେ ଚାଷୀ ଭାଇମାନେ ନିଜର କ୍ଷେତରେ ଚାଷ ସମ୍ବନ୍ଧୀୟ ସମସ୍ୟାର ଫୋଟୋ କିମ୍ବା ଲେଖା ପଠାଇଲେ ସେହି ଗ୍ରୁପରେ ଥିବା କୃଷି ବିଶେଷଜ୍ଞମାନଙ୍କଠାରୁ ସାଙ୍ଗେ ସାଙ୍ଗେ ତାର ଉତ୍ତର ପାଇପାରୁଛନ୍ତି । ଏଥିସହିତ ବିଭିନ୍ନ ନୂତନ ବୈଜ୍ଞାନିକ ପଦ୍ଧତିରେ ହେଉଥିବା ଚାଷର ଭିଡିଓ ଏବଂ ଅଡିଓ ମଧ୍ୟ ମିଳିପାରୁଛି । ଏହା ଦ୍ୱାରା ଚାଷୀ ଭାଇମମାନେ ଲାଭାନ୍ୱିତ ହୋଇପାରୁଛନ୍ତି । ଏହି ସବୁ ସୁବିଧା ମିଳିଥିବାରୁ ଭୂପେନ ରିଲାଏନ୍ସ ଫାଉଣ୍ଡେସନର ସମସ୍ତ ବିଶେଷଜ୍ଞ ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କୁ ନିଜର ଧନ୍ୟବାଦ ଅର୍ପଣ କରିଛନ୍ତି ।

ପୂର୍ବରୁ ସେ ଚାଷ କରୁଥିଲେ କିନ୍ତୁ ଏଦିଗରେ ସଠାକ୍ ପରାମର୍ଶ ପାଇପାରୁ ନ ଥିଲେ । ଫଳରେ ତାଙ୍କର ଅନେକ କ୍ଷତି ହେବା ସହ ଆଖି ଦୃଶିଆ ଫସଲ ଅମଳ ହେଉ ନ ଥିଲା । କିନ୍ତୁ ଏବେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମିଳୁ ଥିବା ପରାମର୍ଶ ଓ ସହାୟତା ତାଙ୍କୁ ସ୍ଥାନୀୟ ଅଂଚଳରେ ଜଣେ ସଫଳ ଚାଷୀ ଭାବେ ପରିଚୟ ପ୍ରଦାନ କରିଛି ।

Leave A Reply

Your email address will not be published.