Latest Odisha News

BREAKING NEWS

କିରଣ୍ଡଲ-ବିଶାଖାପାଟଣା ଲୁହାପଥର ବୋଝେଇ ଟ୍ରେନ ଲାଇନଚ୍ୟୁତ

କୋରାପୁଟ: କୋରାପୁଟରେ ଲୁହାପଥର ବୋଝେଇ ଟ୍ରେନ ଲାଇନଚ୍ୟୁତ । ଆଜି ଭୋର ସକାଳୁ ୪ଟା ସମୟରେ କିରଣ୍ଡଲରୁ ବିଶାଖାପାଟଣା ଯାଉଥିବାବେଳେ ଲାଇନଚ୍ୟୁତ ହୋଇଛି । ଓଡ଼ିଶା ଛତିଶଗଡ଼ ବଡର ଭନସି ନିକଟରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ । ୫ଟି ବଗି ଲାଇନଚ୍ୟୁତ ହୋଇଛି ।

BjdElectrycity

କିରଣ୍ଡଲଠାରୁ କୋରାପୁଟ ଟ୍ରେନ ଚଳାଚଳକୁ ବାତିଲ କରିଛି ରେଳ ବିଭାଗ । କିନ୍ତୁ କୋରାପୁଟରୁ ବିଶାଖାପାଟଣା ଟ୍ରେନ ଚଳାଚଳ ହୋଇପାରିବ । ମାଲବାହୀ ଟ୍ରେନଟି କିରଣ୍ଡଳ ଏନଏମଡ଼ିସିରୁ ଲୁହାପଥର ଧରି ବିଶାଖାପାଟଣା ଯାଉଥିବାବେଳେ ଅଘଟଣ ଘଟିଛି । ରେଳ ବିଭାଗର ଦୁଇଟି ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.