Latest Odisha News

BREAKING NEWS

ବିବିସି ଆୟକର ଟିକସ ଦେବାରେ ଅନିୟମିତତା କରିଛି: ଆୟକର ବିଭାଗ

ନୂଆଦିଲ୍ଲୀ: ବିବିସି ଆୟକର ଟିକସ ଦେବାରେ ଅନିୟମିତତା କରିଛି। ଏଭଳି ଦାବି କରିଛି ଆୟକର ବିଭାଗ। ତିନି ଦିନରେ ପାଖାପାଖି 60 ଘଣ୍ଟା ସର୍ଭେ କରି ବିବିସି ଅଫିସରୁ ଯାଇଥିଲା ଆୟକର ବିଭାଗ। ଏହାପରେ ଆଜି ଆୟକର ବିଭାଗ ଦାବି କରିଛି ଯେ, ବ୍ରିଟିଶ ବ୍ରଡକାଷ୍ଟ କର୍ପୋରେସନ (ବିବିସି) ଆୟକର ଟିକସ ଫାଙ୍କିବାକୁ ଯାଇ ଅନିୟମିତତା ରାସ୍ତା ଆପଣାଇଛି।

ମୁମ୍ବାଇ ଓ ଦିଲ୍ଲୀ ବ୍ରିଟେନରେ ବିବିସିର କାର୍ଯ୍ୟାଳୟରେ ଏହି ସର୍ଭେ ହୋଇଥିଲା। ଆନ୍ତର୍ଜାତୀୟ ଟିକସ ସମ୍ବନ୍ଧରେ ବିବିସି ଅନିୟମିତତା କରିଛି। ସର୍ଭେ ସମୟରେ, ଏହା ଜଣାପଡିଛି ବୋଲି ଆୟକର ବିଭାଗ ଦାବି କରିଛି। ବିବିସି ଗ୍ରୁପ କମ୍ ଆୟ ଦେଖାଇ ଟିକସ ଫାଙ୍କିଛି। ସର୍ଭେ ବେଳେ ବିଭିନ୍ନ ଡିଜିଟାଲ ପ୍ରମାଣ ଜବତ କରିଛି ଆୟକର ବିଭାଗ। ଯେଉଁଥିରୁ ଏହି ସବୁ ତଥ୍ୟ ସାମ୍ନାକୁ ଆସିଛି ବୋଲି ଆୟକର ବିଭାଗ କହିଛି। ତେବେ ବିବିସି ଏହାକୁ ନେଇ ଏପର୍ଯ୍ୟନ୍ତ ପ୍ରତିକ୍ରିୟା ରଖିନାହିଁ।

ସର୍ଭେ ସମୟରେ ଅଧିକାରୀମାନେ ବଛା ବଛା କର୍ମଚାରୀଙ୍କ ଆର୍ଥିକ ତଥ୍ୟ ସଂଗ୍ରହ କରିବା ସହ ବିଭିନ୍ନ ଦସ୍ତାବିଜକୁ ଖନ୍ଦାଳିଛନ୍ତି । ସର୍ଭେ କାର୍ଯ୍ୟାନୁଷ୍ଠାନର ଅଂଶବିଶେଷ ସ୍ୱରୂପ ବୋଲି ତଦନ୍ତ ଅଧିକାରୀ କହିଛନ୍ତି। କିଛି କର୍ମଚାରୀଙ୍କ ବୟାନ ରେକର୍ଡ କରାଯାଇଛି ଏବଂ କିଛି କାଗଜପତ୍ର ଜବତ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

ସର୍ଭେ ଅପରେସନର ଏକ ଅଂଶ ସ୍ୱରୂପ ଆୟକର ବିଭାଗ କେବଳ କମ୍ପାନୀର ବ୍ୟବସାୟିକ ପରିସରରେ ଚଢ଼ଉ କରିଛି । ଏହାର ପ୍ରମୋଟର କିମ୍ବା ନିର୍ଦ୍ଦେଶକଙ୍କ ବାସଭବନ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ କରୁନାହିଁ ବୋଲି ଶାସକ ଦଳ କହିଛି ।

ନିକଟରେ ବିବିସି ଗୁଜରାଟ ଦଙ୍ଗା ବେଳେ ମୋଦୀଙ୍କ ଭୂମିକାକୁ ନେଇ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ କରିଛି । ଯାହାକୁ ଭାରତରେ ବ୍ୟାନ କରାଯାଇଛି। ଏହାର କିଛି ସପ୍ତାହ ପରେ ବିବିସି ଅଫିସରେ ଆୟକର ଟିମ୍ ସର୍ଭେ କରିଛି। ଏହି ବିବାଦୀୟ ଡକ୍ୟୁମେଣ୍ଟାରୀକୁ ଦୃଷ୍ଟିରେ ରଖି ବିବିସି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗତ ସପ୍ତାହରେ ଖାରଜ କରିଦେଇଥିଲେ।

 

 

 

Leave A Reply

Your email address will not be published.