ଭୁବନେଶ୍ୱର: ମହାରାଷ୍ଟ୍ରରେ ବଢୁଛି ବିଜେପି ଅଡୁଆ। ଆସନ୍ନ ଲୋକସଭା ନିର୍ବାଚନକୁ ନେଇ ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଭିତିରିଆ ଲଢେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି।
ଲୋକସଭା ନିର୍ବାଚନ ଆଉ ଅଧିକ ଦିନ ନ ଥିବା ବେଳେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତା ପୂର୍ବରୁ ହୋଇପାରେ। ଆଗାମୀ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ୪୮ ଟି ଲୋକସଭା ସିଟ ମଧ୍ୟରୁ ୨୨ ଟି ରେ ଲଢ଼ିବାକୁ ସିନ୍ଦେ ଗୋଷ୍ଠୀ ସାଂସଦ ଗଜାନନ କୀର୍ତ୍ତିକାର କହିଛନ୍ତି।
ଏବେ ସିନ୍ଦେ ଗୋଷ୍ଠୀର ୧୩ ଜଣ ଲୋକସଭା ସାଂସଦ ରହିଛନ୍ତି। ବିଜେପି ସିନ୍ଦେ ଗୋଷ୍ଠୀ ପ୍ରତି ସାବତ ମାଆ ଭଳି ବ୍ୟବହାର କରୁଥିବା କୀର୍ତ୍ତିକାର କହିଥିଲେ। ସେପଟେ ଏଭଳି ସ୍ଥିତିରେ ଉଦ୍ଧବ ଗୋଷ୍ଠୀର ନେତା ଚନ୍ଦ୍ରକାନ୍ତ ଖାଇରେ ନିଆଁରେ ଘିଅ ଢାଳିଛନ୍ତି।
ଚନ୍ଦ୍ରକାନ୍ତଙ୍କ କହିବା ଅନୁଯାୟୀ ବିଜେପି ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ସିନ୍ଦେ ଗୋଷ୍ଠି ୧୩ ଟି ଲୋକସଭା ସିଟରୁ ଗୋଟିଏ ବି ଜିତିପାରିବନି ବୋଲି କୁହାଯାଇଛି। ତେଣୁ ସିନ୍ଦେ ଗୋଷ୍ଠି ତୁରନ୍ତ ସିଟ ବୁଝାମଣା ପାଇଁ ବ୍ୟସ୍ତ ଅଛି ବୋଲି ଚନ୍ଦ୍ରକାନ୍ତ କହିଛନ୍ତି।
ଆଗାମୀ ଲୋକସଭା ନିର୍ବାଚନ ସିନ୍ଦେ ବିଜେପି ମିଳିତ ଭାବେ ଲଢ଼ିବେ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲେ ମଧ୍ୟ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସିନ୍ଦେ ଗୋଷ୍ଠୀର ୧୩ ଜଣ ସାଂସଦଙ୍କ ସିଟରେ ପ୍ରାର୍ଥୀ ଦଳୀୟ ପ୍ରାର୍ଥୀ ଖୋଜିବାକୁ କହିଥିବା ଚର୍ଚ୍ଚା ହେଉଛି।
ସେପଟେ ଏକନାଥ ସିନ୍ଦେଙ୍କ ପକ୍ଷ ନେଇଥିବା ୧୩ ସାଂସଦଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଏପରିକି ସମ୍ପୃକ୍ତ ୧୩ ସାଂସଦଙ୍କ ମଧ୍ୟରୁ ଅଧିକାଂଶ ଆଣ୍ଟି ଇନକମ୍ବାନ୍ସି ଫ୍ୟାକ୍ଟରର ସମ୍ମୁଖୀନ ହୋଇପାରନ୍ତି। ତେଣୁ ବିଜେପି ସିନ୍ଦେ ଗୋଷ୍ଠୀର ସାଂସଦଙ୍କ ଜିତିବା ନେଇ ପ୍ରଶ୍ନ ଉଠାଇଛି ବିଜେପି। ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା।
ଲୋକସଭା ନିର୍ବାଚନ ସହ ଏକାସାଙ୍ଗରେ ବିଧାନସଭା ନିର୍ବାଚନ କଲେ ବିଜେପିକୁ ଯେତିକି ଫାଇଦା ମିଳିବ ବୋଲି କୁହାଯାଉଛି ଆଗୁଆ ବିଧାନସଭା ନିର୍ବାଚନ ହେଲେ ତାହା ହେବ ନାହିଁ ବୋଲି ଆକଳନ କରିଛି ବିଜେପି।
ସେପଟେ ଶିବସେନାକୁ ଭାଙ୍ଗିବାକୁ ଚାହୁଁଥିବା ବିଜେପି ସେନାକୁ ଭାଙ୍ଗିବା ପରେ ଆଗକୁ କଣ ସିନ୍ଦେ ଗୋଷ୍ଠୀକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ ମଧ୍ୟ ଉଠିଛି। ତେଣୁ ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ଦୌଦୁଲ୍ୟମାନ ଅବସ୍ଥାରେ ରହିଥିବା ବେଳେ ଆଗାମୀ ନିର୍ବାଚନର ଚିତ୍ର କଣ ହେବ ତାକୁ ନେଇ ଆକଳନ ଆରମ୍ଭ ହୋଇଛି।
ସେପଟେ କର୍ଣ୍ଣାଟକର ଫଳାଫଳ ପରେ ଏମଭିଏ ମେଣ୍ଟ ନିଜର ସବୁ ଶକ୍ତିକୁ ଏକାଠି କରି ବିଜେପି ସିନ୍ଦେ ଗୋଷ୍ଠୀକୁ ଟକ୍ଜର ଦେବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି। ତେଣୁ ଏହାର ପରିଣାମ କଣ ହେବ ତା ଉପରେ ନଜର।
Comments are closed.