Latest Odisha News

BREAKING NEWS

ଦ୍ୱିତୀୟ ଡୋଜ ଟିକା ନେବା ପରେ ଶରୀରରେ ଉତ୍ପନ ହେଲା ଚୁମ୍ବକୀୟ ଶକ୍ତି; ସହଜରେ ଲାଗି ଯାଉଛି ଷ୍ଟିଲ୍‌ ଓ ଲୁହା ଜିନିଷ

ନାସିକ: କୋଭିଡ୍‌-୧୯ ବିରୁଦ୍ଧରେ ଟିକାକରଣକୁ ‌ସମଗ୍ର ଦେଶରେ ବେଶ୍‌ ଗୁରୁତ୍ବ ଦିଆଯାଉଛି। କୋଭିଡ୍‌ ଟିକା ନେଇଥିବା ଲୋକଙ୍କଠାରେ ଅନେକ ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି। ଜ୍ୱର, ବାନ୍ତି, ଥଣ୍ଡା, ମୁଣ୍ଡବିନ୍ଧା ଟିକା ନେଲେ ଏମିତି ସବୁ ସାଧାରଣ ପାର୍ଶ୍ବ ପ୍ରତିକ୍ରିୟା ଲୋକଙ୍କଠାରେ ଦେଖାଯାଉଛି।

କିନ୍ତୁ କୋଭିଡ୍‌ ଟିକା ନେଲା ପରେ ଏସବୁ ପାର୍ଶ୍ବ ପ୍ରତିକ୍ରିୟା ବଦଳରେ ଶରୀରରେ ଏକ ବିଚିତ୍ର ଶକ୍ତି ଉତ୍ପନ ହୋଇଥିବା ଦେଖିବାକୁ ମିଳିଛି। ତାହା ହେଉଛି ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ଉତ୍ପନ ହୋଇଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ନାସିକରେ।

ନାସିକର ବାସିନ୍ଦା ଅରବିନ୍ଦ ସୋନାର ଦାବି କରିଛନ୍ତି ଯେ ଦ୍ବିତୀୟ ଡୋଜ୍‌ ଟିକା ନେବା ପରେ ତାଙ୍କ ଶରୀର ଚୁମ୍ବକ ପାଲଟିଯାଇଛି। ଏମିତିକି ବିଭିନ୍ନ ଷ୍ଟିଲ୍‌ ଏବଂ ଲୁହା ଜିନିଷ ତାଙ୍କ ଶରୀରରେ ଆପେ ଆପେ ଲାଗିଯାଉଛି। ରିପୋର୍ଟ ଅନୁଯାୟୀ, ସେ କୋଭିଶିଲ୍ଡର ୨ଟି ଡୋଜ ଟିକା ଗ୍ରହଣ କରିଛନ୍ତି।

ଏହା ଅବିଶ୍ବସନୀୟ ମନେ ହେଉଥିଲେ ମଧ୍ୟ ଏହା ସତ। ଏହି ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ ଘଟଣାର ଯାଞ୍ଚ ନିର୍ଦେଶ ଦେଇଛନ୍ତି l କାହିଁକି ଏପରି ଘଟିଲା ଓ ଏହା ପଛର କାରଣ କ’ଣ ଜାଣିବାକୁ ସେ ତଦନ୍ତ ନିର୍ଦେଶ ଦେଇଛନ୍ତି।

Comments are closed.