Latest Odisha News

BREAKING NEWS

ପୂରା ଦୁନିଆର ଭାର ଉଠାଉଛନ୍ତି ଟ୍ରମ୍ପ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ନିଜର ଏକ AI ଫଟୋ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏଥର ସେ Truth Social ରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଗ୍ରୀକ୍ ପୌରାଣିକ ଚରିତ୍ର ଆଟଲାସ୍ ପରି ଗୋଟିଏ ଆଣ୍ଠୁ ମାଡ଼ି ବସି ସମଗ୍ର ପୃଥିବୀକୁ ତାଙ୍କ କାନ୍ଧରେ ଧରିଥିବାର ଦେଖାଯାଉଛି। ଆଉ ତାଙ୍କ ଶରୀରରେ ଆମେରିକୀୟ ପତାକା ମଧ୍ୟ ଗୁଡ଼ାଯାଇଛି।

ଯଦିଓ ଟ୍ରମ୍ପ ଫଟୋରେ କୌଣସି କ୍ୟାପସନ ଦେଇନାହାନ୍ତି। ଟ୍ରମ୍ପ ଏହି ଫଟୋ ଅର୍ଥ ବାଖ୍ୟା କରିନାହାଁନ୍ତି। ତଥାପି, ରାଜନୈତିକ ବିଶ୍ଳେଷକ ଏବଂ ସୋସିଆଲ ମିଡିଆ ୟୁଜର୍ସ ଅନେକ କମେଣ୍ଟ କରିବାରେ ଲାଗିଛନ୍ତି।

ଗ୍ରୀକ୍ ପୌରାଣିକ ମତ ଅନୁସାରେ, ଆଟଲାସ୍ ଜଣେ ଶକ୍ତିଶାଳୀ ଟାଇଟାନ୍ ଥିଲେ। ଯିଏକି ଦେବତାମାନଙ୍କ ବିରୁଦ୍ଧରେ ଯୁଦ୍ଧ ହାରିବା ପରେ ତାଙ୍କୁ ସର୍ବଦା ପାଇଁ ଆକାଶ କିମ୍ବା ବିଶ୍ୱର ଭାର ତାଙ୍କ କାନ୍ଧରେ ବହନ କରିବା ଜନିତ ଦଣ୍ଡ ଦିଆଯାଇଥିଲା। ତେଣୁ ଆଜି ମଧ୍ୟ ଆଟଲାସକୁ ଭାରୀ ଦାୟିତ୍ୱର ପ୍ରତୀକ ଭାବରେ ବ୍ୟବହାର କରାଯାଏ।

 

Comments are closed.