Latest Odisha News

BREAKING NEWS

ଫ୍ରିଜ୍‌ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଦିନକୁ ଦିନ ବଢ଼ିଲାଣି ତାତି । ଅସହ୍ୟ ହେଲାଣି ଖରା  । ସେଥିପାଇଁ ବିଭିନ୍ନ ସ୍ଥାନରେ ମଧ୍ୟ ଜଳଛତ୍ର ଖୋଲିଥିବା ଦେଖିବାକୁ ମିଳିଛି । ପ୍ରବଳ ଖରା ଯୋଗୁ ଏହି ସମୟରେ ପ୍ରାୟ ସମସ୍ତେ ଥଣ୍ଡାପାଣି ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି ।  ତେଣୁ ଅଧିକାଂଶ ଲୋକେ ଫ୍ରିଜ୍‌ ପାଣି ପିଇଥାଆନ୍ତି । କାରଣ ଫ୍ରିଜ ପାଣି ପାଟିକୁ ଥଣ୍ଡା ଲାଗିଥାଏ । ଯଦି ଆପଣ ଫ୍ରିଜ ପାଣି ପିଉଛନ୍ତି ତେବେ ଜାଣି ରଖନ୍ତୁ ଏହା ଆପଣଙ୍କ ଶରୀରକୁ ବିଭିନ୍ନ ପ୍ରକାରର କ୍ଷତି ପହଞ୍ଚାଇପାରେ । ତେବେ ଆସନ୍ତୁ ଜାଣିବା ଫ୍ରିଜ୍‌ ପାଣି ପିଇବା ଦ୍ୱାରା ଆମ ଶରୀରକୁ କିଭଳି କ୍ଷତି ପହଞ୍ଚାଇଥାଏ  ।

-ଫ୍ରିଜ୍ ପାଣି ପିଇବା ଦ୍ଵାରା ଗଳା ଖରାପ ହେବାର ଅଧିକ ସମ୍ଭାବନା ରହିଥାଏ । ଯଦି ପ୍ରତିଦିନ ଆପଣ ଥଣ୍ଡା ପାଣି ପିଉଛନ୍ତି ତେବେ ଆପଣଙ୍କର ଟନସିଲ୍ସ, ଫୁସଫୁସ୍ ଏବଂ ପାଚନ ତନ୍ତ୍ରରେ ରୋଗ ହୋଇଥାଏ ।

-ଥଣ୍ଡାପାଣି ପିଇବା ଦ୍ଵାରା ଆମ ଶରୀର ଭିତରେ ଅନ୍ତନଳୀ ପ୍ରବଳ ଥଣ୍ଡା ହୋଇଯାଇଥାଏ । ଯାହାଦ୍ୱାରା ସେ ନିଜର କାମ ଠିକ୍ ଭାବେ କରିପାରିନଥାଏ । ପରିଣାମ ସ୍ୱରୂପ ଆମର ପେଟ ଠିକ୍ ଭାବେ ସଫା ହୋଇନଥାଏ । ପେଟ ସଫା ନହେବା ଦ୍ୱାରା ଅନେକ ରୋଗ ଦେଖାଦେଇଥାଏ ।

-ଥଣ୍ଡା ପାଣି ପିଇବା ଦ୍ଵାରା ଶରୀରରେ କୋଷ୍ଠକାଠିନ୍ୟ ଦେଖାଦେଇଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରର ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଥାଏ । ଆୟୁର୍ବେଦରେ କୋଷ୍ଠକାଠିନ୍ୟକୁ ସମସ୍ତ ରୋଗର ମୂଳ ବୋଲି କୁହାଯାଉଛି । ଥଣ୍ଡାପାଣି ପିଇବା ଦ୍ଵାରା ଆପଣଙ୍କ ଶରୀରର କୋଷିକା ଗୁଡିକ ଠିକ୍ ଭାବେ କାମ କରେନାହିଁ । ଯାହାର ପ୍ରଭାବ ମେଟାବୋଲିଜିମ୍ ଉପରେ ପଡିଥାଏ ଏବଂ ଏହା ଆପଣଙ୍କ ହାର୍ଟବିଟ଼୍ ମଧ୍ୟ କମ୍ କରିଥାଏ।

-ଫ୍ରିଜ୍ ପାଣି ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ କାରଣ ଫ୍ରିଜରେ ପାଣି ସାଧାରଣ ତାପମାତ୍ରାରୁ କୃତ୍ରିମ ଉପାୟରେ ଥଣ୍ଡା ହୋଇଥାଏ । ଏହି ଥଣ୍ଡା ହୋଇଥିବା ପାଣିକୁ ଶରୀର ସହଜରେ ଗ୍ରହଣ କରି ପାରେନାହିଁ । ଯାହାକି ଶରୀରକୁ କ୍ଷତି ପହଞ୍ଚାଇଥାଏ ।

 

Leave A Reply

Your email address will not be published.