Latest Odisha News

BREAKING NEWS

କୋଭିଡ-୧୯ ଟିକା ନେବା ପରେ ବ୍ୟାୟାମ କରିବା ନିରାପଦ କି?

ନୂଆଦିଲ୍ଲୀ: କୋଭିଡ-୧୯ ଟିକା ନେବା ପରେ ବ୍ୟାୟାମ କରିବା ନିରାପଦ କି? ତେବେ ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଟିକାକରଣ ପରେ ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ। ବ୍ୟାୟାମ କରିବା ଦ୍ବାରା ଟିକାକରଣର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

BjdElectrycity

ରିପୋର୍ଟ ଅନୁଯାୟୀ “ଟିକା ନେବା ପରେ ଜଣେ ବ୍ୟକ୍ତିଙ୍କ ଉପରେ କିପରି ପ୍ରତିକ୍ରିୟା ହେବ ତାହା କହିବା କଷ୍ଟକର। କାରଣ ସମସ୍ତଙ୍କଠାରେ ସମାନ ପ୍ରତିକ୍ରିୟା ଦେଖାଯାଇ ନଥାଏ। ଟିକାକରଣ ପୂର୍ବରୁ କିମ୍ବା ପରେ ବ୍ୟାୟାମ କରିବା ଦ୍ବାରା ଟିକା କମ୍ ପ୍ରଭାବଶାଳୀ ହେବାର କୌଣସି ପ୍ରମାଣ ନାହିଁ।

ବାସ୍ତବରେ ଯେଉଁମାନେ ନିୟମିତ ବ୍ୟାୟାମ କରନ୍ତି ଏବଂ ଏକ ସୁସ୍ଥ ଜୀବନଶୈଳୀ ବଞ୍ଚନ୍ତି ସେମାନଙ୍କଠାରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଥାଏ ଏବଂ ଯେଉଁମାନେ ସୁସ୍ଥ ଜୀବନଶୈଳୀକୁ ଅନୁସରଣ କରୁନାହାଁନ୍ତି ସେମାନଙ୍କ ଶରୀରରେ କମ୍‌ ଆଣ୍ଟିବଡି ତିଆରି ହୋଇଥାଏ। ଏ ନେଇ ମୁମ୍ବାଇର ୱୋକାର୍ଡ ହସ୍ପିଟାଲର ପରାମର୍ଶଦାତା ଡାକ୍ତର ଡକ୍ଟର ପ୍ରୀତମ ମୁନ୍‌ କହିଛନ୍ତି।

Leave A Reply

Your email address will not be published.