Latest Odisha News

BREAKING NEWS

ଉପାନ୍ତ ଜଙ୍ଗଲରେ ଜୀବିକାର ମାଧ୍ୟମ

ପାଟଣାଗଡ: ଉପାନ୍ତ ଜଙ୍ଗଲରେ ବେଆଇନ ମଦ ପ୍ରସ୍ତୁତ ସାଜିଛି ଜୀବନ ଜୀବିକାର ମାଧ୍ୟମ । କରୋନା ମହାମାରୀରେ ସାରା ଦେଶ କବଳିତ ।। ତା ସହିତ ଲକଡାଉନ ସଟଡାଉନ ପାଇଁ ଲୋକଙ୍କ ଜୀବନ ଜୀବିକା ଉପରେ ବେଶ ପ୍ରଭାବିତ ହୋଇଛି । ଏହି ସମୟରେ ଲୋକେ କାମଧନ୍ଦା ନପାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଟଣାଗଡ ଅଂଚଳ ଏକ ଦାଦନ ପ୍ରବଣ ଅଂଚଳ ହୋଇଥିବା ବେଳେ ଏଠାକାର ଶ୍ରମିକ ମାନେ କାମ ଧନ୍ଦା ପାଇଁ ବାହାର ରାଜ୍ୟ ପାଇଁ ନିର୍ଭର କରିଥାନ୍ତି ।

ଏଭଳି ପରିସ୍ଥିତିରେ ରୋଜଗାର ହରାଇଥିବା ଗ୍ରାମାଂଚଳର ଶିକ୍ଷିତ ଯୁବକ ମାନେ ବେଆଇନ କାର୍ଯ୍ୟକୁ ଆପଣେଇ ନେଉଛନ୍ତି । ଏଭଳି ଏକ ଘଟଣା ପାଟଣାଗଡ ଉପାନ୍ତ ଜଙ୍ଗଲରେ ଦେଖିବାକୁ ମିଳିଛି ।। ଯେଉଁଠି ବେଆଇନ ଦେଶୀ ରନ୍ଧା ମଦ ପ୍ରସ୍ତୁତ କରି ବଜାରକୁ ଚାଲାଣ କରି ରୋଜଗାରକ୍ଷମ ହେଉଛନ୍ତି ।। ବଣ ପାହାଡ ଘେରା ଉପାନ୍ତ ଅଂଚଳରେ ଶିକ୍ଷିତ ଯୁବଗୋଷ୍ଠି । ଏହି ଯୁବଗୋଷ୍ଠୀ ଲାଜ ନକରି ସିଧାସଳଖ ଏହ ରୋଜଗାର ମାଧ୍ୟମ ବୋଲି କହିଥିଲେ ।। କାମ ନମିଳିଲେ ଯାହା ରୋଜଗାର ମିଳିବ ସେଥିରେ ଚଳିବା କୁ କହିଛନ୍ତି ସେମାନେ ।।

Leave A Reply

Your email address will not be published.